ଓଡ଼ିଶା ହେଉଛି ମାନବିକତାର ରାଜ୍ୟ, ଅଚ୍ୟୁତ ସାମନ୍ତ ହେଉଛନ୍ତି ଏହାର ଉଦାହରଣ :ରାଜ୍ୟପାଳ

0

କିଟ୍ ବିଶ୍ୱବିଦ୍ୟାଳୟର ଚର୍ତୁଦଶ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଅନ୍ୟକୁ ଅନୁକରଣ ନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେବାକୁ ଉଦ୍ୟମ କରିବା ଲାଗି ଉଦ୍ଦେଶ୍ୟରେ କହିଥିଲେ, ଅଜ୍ଞତା, ଛଳନା, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅସହିଷ୍ଣୁତାଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହ । ଅନ୍ୟମାନଙ୍କୁ ଅନୁକରଣ କରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଭଳି ନିଜକୁ ଗଢ଼ି ତୋଳ । ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଏଭଳି ଏକ ବିଶ୍ୱର ସମ୍ମୁଖୀନ ହେବାକୁ ଯାଉଛନ୍ତି ଯାହା କି ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଧାରରେ ବିଭାଜିତ ହୋଇରହିଛି । ଏହି ବିଭାଜନକୁ କିଭଳି ପରାସ୍ତ କରିବ ତାହା ଏବେ ତୁମମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ନିଜ କ୍ୟାରିଅର୍‍ ଗଢ଼ି ତୋଳିବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଜୀବନରେ କେବେ ବି ହସକୁ ଭୁଲିଯିବା ଉଚିତ ନୁହେଁ । ସବୁବେଳେ ଦୟାଶୀଳ ଓ ଅନ୍ୟମାନଙ୍କ ହୃଦୟରେ ସ୍ନେହ ଭରିଦେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେ କହିଲେ, ଭାରତ କେବଳ ଯେ ଭୂମି, ନଦୀ, ପର୍ବତ ଏବଂ ସୌନ୍ଦର୍ଯ୍ୟର ଭୂମି ନୁହେଁ- ସେ ହେଉଛନ୍ତି ଜଣେ ଦେବୀ । ଭାରତ ମଧ୍ୟରେ ଓଡ଼ିଶା ହେଉଛି ମାନବିକାତାର ରାଜ୍ୟ । ଏହି ମାଟିର ସନ୍ତାନ ଅଚ୍ୟୁତ  ସାମନ୍ତ ହେଉଛନ୍ତି ଏହାର ଉଦାହରଣ । ଭଗବାନ ତାଙ୍କ ମାଧ୍ୟମରେ କିଟ୍‍ ଓ କିସ୍‍ ଭଳି ସୁନ୍ଦର ଅନୁଷ୍ଠାନ  ସୃଷ୍ଟି କରିଛନ୍ତି । ସମାଜରେ ଯେଉଁମାନେ ସ୍ନେହ ପାଇବାରୁ ବଞ୍ଚିତ ଥିଲେ, ସେହିମାନଙ୍କ ହୃଦୟରେ ଶ୍ରୀ ସାମନ୍ତ ସ୍ନେହ ଭରିଦେଇଛନ୍ତି । ସମାବର୍ତ୍ତନ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ୨୦୧୭-୧୮ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ୫୬୯୫ଜଣ ସ୍ନାତକ ଓ ସ୍ନତକୋତ୍ତର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୭୭ ଜଣଙ୍କୁ ବିଭିନ୍ନ ବିଭାଗରେ ପିଏଚ୍‍ଡି ପ୍ରଦାନ କରାଯାଇଥିଲା । ଏହି ଅବସରରେ ୱାଲ୍‍ର୍ଡ ଆକାଡେମୀ ଅଫ୍‍ ଆର୍ଟ୍‍ସ ଆଣ୍ଡ କଲ୍‍ଚର୍‍ର ବରିÂ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସୁଇଜରଲାଣ୍ଡ ସାଂସଦ ନିକଲାସ ସାମୁଏଲ୍‍ ଗଗର୍‍, ବି୍ରଟେନ୍‍ ଜୁଡ଼ିସିଆରୀ ଆପଏଣ୍ଟମେଣ୍ଟ କମିଶନ୍‍ର ଚେୟାରପର୍ସନର ବାରୋନେସ୍‍ ଉଷାକୁମାରୀ ପ୍ରସାର, ଆଧ୍ୟାତ୍ମିକ ଗୁରୁ ପ୍ରଭୁ ଗୌର ଗୋପାଳ ଦାସ, ବିଶିଷ୍ଟ ଚଳଚିତ୍ର ଅଭିନେତା, ନିଦେ୍ର୍ଧଶକ ତଥା ପ୍ରଯୋଜକ କବୀର ବେଦୀ, ଇମ୍ଫାଲ୍‍ସ୍ଥିତ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ବାୟୋରିସୋର୍ସେସ୍‍ ଆଣ୍ଡ ସଷ୍ଟେନେବଲ୍‍ ଡେଭେଲପ୍‍ମେଣ୍ଟ (ଆଇବିଏସ୍‍ଡି)ର ନିର୍ଦ୍ଦେଶକ  ପ୍ରଫେସର ଦୀନବନ୍ଧୁ ସାହ, ଢାକାସ୍ଥିତ ଡେଫୋଡ଼ିଲ୍‍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ମହମ୍ମଦ ସବୁର ଖାନ୍‍ ପ୍ରମୁଖଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସମାବର୍ତ୍ତନ ଉତ୍ସବର ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର କାହାନ କହିଲେ, ମୁଁ ବିଶ୍ୱର ବିଭିନ୍ନ ସ୍ଥାନ ବୁଲିଛି, ମାତ୍ର କେଉଁଠାରେ କିଟ୍‍ ଓ କିସ୍‍ ଭଳି ଦୁଇଟି ଅନୁଷ୍ଠାନ  ଦେଖିବାକୁ ପାଇନାହିଁ । ପ୍ରକୃତରେ ଏହି ଦୁଇଟି ଅନୁଷ୍ଠାନ  ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ସେ କହିଥିଲେ । ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ ଶ୍ରୀମତୀ ପ୍ରସାର କହିଲେ, ଏହି ଅନୁଷ୍ଠାନ  ମୋର କର୍ମମୟ ଜୀବନକୁ  ପ୍ରେରଣା ଯୋଗାଇଛି । ନାରୀ ସଶକ୍ତିକରଣ ପାଇଁ ଅଚୁ୍ୟତ ସାମନ୍ତଙ୍କ ଦୂରଦୃଷ୍ଟି ଏଠାରେ ସାକାର ହୋଇଛି । ଗଗର୍‍ କହିଲେ,  ତାଙ୍କୁ ତାଙ୍କ ଜୀବନରୁ ଅନେକ କିଛି ଶିଖିବାକୁ ମିଳିଛି ଏବଂ ତନ୍ମଧ୍ୟରୁ କିଟ୍‍-କିସ୍‍ରେ ତାଙ୍କର ଅଭିଜ୍ଞତା ପ୍ରମୁଖ । ଛାତ୍ରଛାତ୍ରୀମାନେ ଅଚ୍ୟୁତ  ସାମନ୍ତଙ୍କ ଜୀବନରୁ ଶିକ୍ଷା ଲାଭ କରି ଦୁର୍ଦ୍ଧିନକୁ ସୁଯୋଗରେ ପରିଣତ କରିବା ଉଚିତ ବୋଲି ପ୍ରଭୁ ଗୌର ଗୋପାଳ କହିଥିଲେ । କବୀର ବେଦୀ ତାଙ୍କ ଭାଷଣରେ କିଟ୍‍, ଏହାର ପ୍ରତିଷ୍ଠାତା  ଏବଂ କିଟ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ କୃତଜ୍ଞତା ଜଣାଇ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ଜ୍ଞାନ ହେଉଛି ସର୍ବେକ୍ରୃଷ୍ଟ ଉପହାର । ଡ. ଖାନ୍‍ କହିଲେ, ଛାତ୍ରଛାତ୍ରୀମାନେ ଉଦ୍ୟୋଗୀ ହେବାକୁ ଉଦ୍ୟମ କରିବା ଉଚିତ । କିଟ୍‍ରେ ଶିକ୍ଷାର୍ଜନ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ଧନ୍ୟ ମନେକରିବା ଉଚିତ, କାରଣ ସେମାନେ ଶ୍ରୀ ସାମନ୍ତଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ଉଦାହରଣ ହିସାବରେ ପାଇଛନ୍ତି । ପ୍ରଫେସର ସାହୁ କହିଲେ, ମୋର ଜନ୍ମମାଟି ଓଡ଼ିଶାର ଏକ ପ୍ରତିଷ୍ଠିତ  ବିଶ୍ୱବିଦ୍ୟାଳୟ ପ୍ରଥମ ଥର ଲାଗି ସମ୍ମାନୀତ କରୁଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି । ଏହି ସମ୍ମାନ ସମସ୍ତ ଓଡ଼ିଆଙ୍କୁ ଉତ୍ସର୍ଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିବା ବେଳେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏମ୍‍ବିବିଏସ୍‍ ଛାତ୍ର କରନ ଖଣ୍ଡେଲ୍‍ୱାଲ୍‍, ଏମ୍‍ଟେକ୍‍ ଛାତ୍ର ପ୍ରିତମ  ସାମନ୍ତରାୟ ଓ ବିଟେକ୍‍ ଛାତ୍ର ନିର୍ମଳ ପାଣ୍ଡେଙ୍କୁ ପ୍ରତିଷ୍ଠାତା  ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୨୧ଜଣଙ୍କୁ କୁଳପତି ରୌପ୍ୟ ପଦକ, ପ୍ରଦୁ୍ୟମ୍ନ ବଳ ସ୍ମୃତି ସ୍ୱର୍ଣ୍ଣ ପଦକ, ପିପିଏଲ୍‍ ସ୍ୱର୍ଣ୍ଣ ପଦକ ଏବଂ ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ସାମନ୍ତ ଅନୁପସ୍ଥିତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.