ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷା ବିପର୍ଯ୍ୟସ୍ତ : ଏବିଭିପି

0

 

ଛାତ୍ରୀ ସୁରକ୍ଷା  ସମ୍ବେଦନଶୀଳ ଅବସ୍ଥାରେ ପହଞ୍ଚିଛି

 

           ଭୁବନେଶ୍ୱର :  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ଆୟୋଜିତ ଏକ ଦିବସୀୟ କାର୍ଯ୍ୟଶାଳା ବରମୁଣ୍ଡାସ୍ଥିତ ଏବିଭିପିର ପ୍ରାନ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ଛାତ୍ରନେତାମାନଙ୍କ ସହ ଦିନଯାକର ଆଲୋଚନା ପରେ ସଂଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ତଥା ଛାତ୍ରୀ ସୁରକ୍ଷାରେ ଢିଲା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଏବିଭିପିର ବିଶ୍ୱବିଦ୍ୟାଳୟ ପ୍ରଭାରୀ ଶ୍ରୀ ଶ୍ରୀହରି ବୋରିକର ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୧୧ଟି ବିଶ୍ୱବିଦ୍ୟାଳୟରେ ୭୦୦ ଅଧ୍ୟାପକ ୧୨୦୦ ଅଣ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ଲାଇବ୍ରେରୀ ତଥା ଭିତ୍ତିଭୂମିର ନିମ୍ନ ସ୍ତରକୁ ନେଇ ଶ୍ରୀ ବୋରିକର କ୍ଷୋଭ ପ୍ରକାଶ କରିଥିଲେ । କୌଣସି ବିଶ୍ୱବିଦ୍ୟାଳୟ କ୍ଲାସ ଠିକ୍ ଭାବରେ ହେଉନଥିବା ବେଳେ, ପ୍ରବେଶ-ପରୀକ୍ଷା-ପରିଣାମ ଘୋଷଣା ପାଇଁ କୌଣସି ପୂର୍ବ ନିର୍ଦ୍ଧାରିତ ସୂଚୀ ବା କ୍ୟାଲେଣ୍ଡର ବିଶ୍ୱବିଦ୍ୟାଳୟରେ ନାହିଁ । ସେହି ପରି ବିଶ୍ୱବିଦ୍ୟାଳୟ ପରିସର ଗୁଡିକୁ ରାଜନୈତିକ ଆଡ୍ଡାରେ ପରିଣତ କରି ଦେଇଥିବା ବିଜୁ ଜନତା ଦଳକୁ ନିନ୍ଦା କରିଥିଲେ ।

          ଯେଉଁଭଳି ଭାବେ ଛାତ୍ରୀମାନଙ୍କର ଅଶ୍ଳୀଳ ଫଟୋ ସୋସିଆଲ ନେଟ୍ୱାକିଂରେ ଭାଇରାଲ ହେଉଛି ଏବଂ ବାରମ୍ବାର ଏପରି ଘଟୁଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନାହାନ୍ତି, ତାହା ରାଜ୍ୟ ସରକାରଙ୍କ ଉପରେ ଏକ ପ୍ରଶ୍ନ ଚିହ୍ନ ଆଙ୍କୁଛି । ବିଶ୍ୱବିଦ୍ୟାଳୟର ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅସନ୍ତୋଷ ଖୁବ ଶୀଘ୍ର ଆନେ୍ଦାଳନର ରୂପ ନେବ ବୋଲି ଶ୍ରୀହରି କହିଛନ୍ତି । ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା. ସହ ସମ୍ପାଦକ ସୁରଦୀପ ମାହୁନ୍ତ, ପ୍ରଶାନ୍ତ ପାଇକ ରାୟ, ଚିରଞ୍ଜିବୀ ନାୟକ, ଉତ୍କଳ  ବିଶ୍ୱବିଦ୍ୟାଳୟର ରତନ ଦିଗଲ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରବୀର ପଣ୍ଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ୱାଗତ ଘଡେ଼ଇ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ତନ୍ମୟ ପ୍ରଧାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦେବାଶିଷ ସାହୁ, ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟର ଆଦିତ୍ୟ ସାହୁ  ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟର  ଶ୍ରୀତମ ସେଠୀ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.