ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିିତ On Nov 19, 2017 20 Share ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଶତବାର୍ଷିକ ପାଳନ ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀମତୀ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରା ପାର୍କଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା, ରାମଧୁନ ଗାନ ପରେ ନେତୃବୃନ୍ଦ ଜାତୀୟ ସଂହତି ଶପଠପାଠ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନଠାରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ସମେତ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଯୁଧିଷ୍ଠିର ଜେନା, ଶ୍ରୀବାନନ୍ଦ ରାୟ, ଅମୀୟ କୁମାର ପଟ୍ଟନାୟକ, ମତଲୁବ ଅଲ୍ଳୀ, ସମୀର କୁମାର ରାଉତରାୟ, ସଂଧ୍ୟା ମହାପାତ୍ର, ବିରେନ ମୋହନ ପଟ୍ଟନାୟକ, ମନୋରଞ୍ଜନ ଦାଶ, ସୁମିତ୍ରା, ଜେନା, ବିଣାପାଣୀ ସାମଲ, ଜୟଶ୍ରୀ ପଟ୍ଟନାୟକ, ସୌଗତ ମହାନ୍ତି, ପ୍ରଦୀପ ମହାପାତ୍ର, ରାଜକିଶୋର ବାରିକ, ଜ୍ୟୋତିଷ ସାହୁ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସ୍ୱାଧିନବାଳା ଦାସ, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତି୍ରପାଠୀ, ତରୁଣ ମିଶ୍ର ସାରଦା ପ୍ରଧାନ, ପ୍ରଣତି ମିଶ୍ର, ରନôାକର ବେହେରା, ପ୍ରକାଶ ମିଶ୍ର, ମନୋଜ ନାୟକ, ଶ୍ରୀନିବାସ ରାଉତରାୟ, ନରୋତ୍ତମ ନାୟକ, ଜୟଦେବ ନାୟକ, ଜାନକୀ ମଲ୍ଲିକ, ସତ୍ୟବ୍ରତ ନାୟକ, ସଂକୁନା କହଁର, ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରମୁଖ ଅଂଶଗ୍ରହଣ କରିଥିଲେ । 20 Share FacebookTwitterGoogle+ReddItWhatsAppPinterestEmail