ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଖରାର ତାପମାତ୍ରା ବଢିଚାଲିଛି ଏହା ସହିତ ବଢିଚାଲିଛି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମ୍ପର୍କ ଯାତ୍ରା। ଭୋର ୬ଟାରୁ ଆରମ୍ଭ କରି ରାତି ୧୧ ପର୍ଯ୍ୟନ୍ତ ଲୋକ ସହ ଯୋଡିହୋଇ ତାଙ୍କର ବିଭିନ୍ନ ସୁବିଧା ଅସୁବିଧା ବୁଝୁଛନ୍ତି। ଆଜି ସକାଳୁ ଫରେଷ୍ଟ ପାର୍କରେ ପହଂଚି ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରାତଃ ଭ୍ରମଣରେ ସାମିଲ ହୋଇଥିଲେ। ୟୁନିଟ୍ ୯ ଫ୍ଲାଟ୍ (ୱାର୍ଡ଼ ନଂ 29), pwd କଲୋନୀ(ୱାର୍ଡ଼ ନଂ 34)ର ଘର ଘର ବୁଲି ପବିତ୍ର ତୁଳସୀ ପ୍ରଦାନ କରିଥିଲେ ଓ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବା ଲକ୍ଷ୍ୟ ରଖି ସମସ୍ତଙ୍କୁ ନବୀନ ଓଡିଶା ଗଠନ କରିବା ଦିଗରେ କାର୍ଯ୍ୟ କରିବାପାଇଁ ଉତ୍ସାହିତ କରିଥିଲେ। ଏହା ସହିତ ନିକୋ ପାର୍କର କର୍ମଚାରୀ ମାନଙ୍କୁ ସାକ୍ଷାତ କରି ତୁଳସୀ ପ୍ରଦାନ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।
ସମାଜସେବାକୁ ଜୀବନରେ ବ୍ରତ ଭାବେ ଗ୍ରହଣ କରିଥିବା ରୁଦ୍ର, ନିର୍ବାଚନ କାର୍ଯ୍ୟ ମଧ୍ୟରେ ଲୋକଙ୍କ ସେବା କରିବାକୁ ଭୁଲି ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରୁଦ୍ରଙ୍କ ଦ୍ଵାରା ପରିଚାଳିତ ଭ୍ରାମ୍ୟମାଣ ଜଳଛତ୍ର। ଏହା ସହରର ଅନେକ ଅଞ୍ଚଳ ବୁଲି ପଥଚାରୀ ମାନଙ୍କୁ ପିଇବା ପାଣି ଯୋଗାଉଥିବାର ଦେଖିବାକୁ ମିଲୁଛି।ଏହାଛଡା ୱାର୍ଡ଼ ନଂ 29 ଅଞ୍ଚଳର ସୁମନ ସାହୁ ନାମକ ଜଣେ ବାଳକକୁ ଜୟ ଓଡ଼ିଶାର ସହାୟତା କାର୍ଯ୍ୟକ୍ରମ ଜରିଆରେ ହୁଇଲ ଚେୟାର ଟିଏ ପ୍ରଦାନ କରି ଅନେକ ଆଶିର୍ବାଦ ସାଉଁଟିଛନ୍ତି ତଥା ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଟି ମନ୍ଦିରରେ, ଭାଗବାନଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ। ରୁଦ୍ରଙ୍କର ସ୍ଵଚ୍ଛ ଭାବମୂର୍ତ୍ତୀ ସମସ୍ତଙ୍କ ମନକୁ ଛୁଇଁ ବାରେ ସଫଳ ହେଉଥିବାର ଦେଖିବାକୁ ମିଲୁଛି।
Sign in
Sign in
Recover your password.
A password will be e-mailed to you.
Next Post