ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା): ଏସିଆ ମହାଦେଶରେ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଲାଭ କରିଥିବା ସର୍ବ ପୁରାତନ ମନ୍ଦିର ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ପୀଠ ପରିସର ଏବେ ଚଳ ଚଞ୍ଚଳ ରହିଛି। ପ୍ରତ୍ୟହ ବାବା ହଟ୍ଟକେଶ୍ୱରଙ୍କ ପ୍ରଥମ କରି ସ୍ଥାନୀୟ ଅଞ୍ଚଳରେ ମହାକାଳ ରୂପ ଦର୍ଶନରେ ଝଲସୁଥିବାରୁ ବହୁ ଶ୍ରଦ୍ଧାଳୁ ଦେଖିବା ପାଇଁ ଧାଡ଼ି ଲଗାଇଛନ୍ତି । ମନ୍ଦିରର ପୂଜାପଣ୍ଡା ସେବକ ଦିଲ୍ଲୀପ କୁମାର ପଣ୍ଡାଙ୍କ କହିବା ଅନୁଯାୟୀ ବାବା ହଟ୍ଟକେଶ୍ଵର ତଥା ଏକାଦଶ ରୁଦ୍ର ଅର୍ଥାତ ବିତଳର ଅଧିକାରୀ ଅଟନ୍ତି । ହଟ୍ଟର ଅର୍ଥ ହେଉଛି ସୁବର୍ଣ୍ଣ ହୋଇଥିବାରୁ ସୁବର୍ଣ୍ଣ ଈଶ୍ବର ନାମରେ ମଧ୍ୟ ପରିଚିତ ହୋଇଛନ୍ତି ବୋଲି ସଂସ୍କୃତ ଭାଗବତରେ ଲିଖିତ ଭାବେ ରହିଛି । ଏହି ସ୍ଥାନଟି ହଟ୍ଟକେଶ୍ୱର ଦେବ ଓ ଉଷ୍ଣପ୍ରସ୍ରବଣ ଦ୍ବୟର ମିଶ୍ରଣ ସ୍ଥଳ ଥିବାରୁ କପିଳ ସଂହିତାରେ ବର୍ଣ୍ଣିତ ଅଛି କୁଲାଲ୍ୟା ନାମକ ଜଣେ ବ୍ରାହ୍ମଣ ବହୁ ଅନ୍ୟାୟ ଅତ୍ୟାଚାର କରି ବାବା ହଟ୍ଟକେଶ୍ୱରଙ୍କ ଶରଣ ପଶିଥିଲେ । ବାବା କ୍ରୋଧ କରି ତାଙ୍କୁ ବିତାଡିତ କରିବା ପରେ ଉଷ୍ଣ ପ୍ରତ୍ସବଣ ପରିସରରେ ଭକ୍ତର ନାମ ସଂକୀର୍ତ୍ତନରେ ଈଶ୍ବର ସନ୍ତୋଷ ହୋଇ ପାପରୁ ମୁକ୍ତି ପାଇବା ପାଇଁ ପାତାଳ ପାଣି ଫୁଟି ବାହାରିଥିଲା। ସେହି ପାଣିରେ ଯିଏ ବୁଡ ପକାଇବ ସକଳ ପାପରୁ ମୁକ୍ତି ପାଇବ ବୋଲି କଥିତ ଅଛି । ତେବେ ଭୁବନେଶ୍ଵର ନିକଟବର୍ତ୍ତି ବାଳକାଟି ଗ୍ରାମର କାରିଗର ମାନଙ୍କ ଦ୍ଵାରା ଛଅ ମାସ ଭିତରେ ବାବା ହଟ୍ଟକେଶ୍ୱରଙ୍କ ମହାକାଳ ବେଶ ପାଇଁ ବ୍ୟବହୃତ ହୋଇଥିବା ଅଢେଇ କ୍ୟୁଇଣ୍ଟାଲ ଅଷ୍ଟ ଧାତୁରେ ନିର୍ମିତ ବିଶାଳ ନାଗ ମୂର୍ତ୍ତି, ଦେଢ଼ କ୍ୟୁଇଣ୍ଟାଲ ଓଜନର ନାଗ ମୂର୍ତ୍ତି, ଚାଳିଶ କେଜି ଓଜନର ତ୍ରିଶୁଳ,ଡ଼ମ୍ବୁରୁ ଓ ଛତ୍ରୀକୁ ସ୍ଥାନୀୟ ବ୍ଲକର ଦେଉଳି ପଂଚାୟତ ଓଗାଳପୁର ଗ୍ରାମର ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ଦାନ ଦେଇଛନ୍ତି। ଏହି ବେଶ ଦର୍ଶନ ପୂର୍ବରୁ ବଡସିଂହାର ବେଶରେ ଖଜାଭୋଗ ଲାଗି କରିବା ପରେ ମହାକାଳ ବେଶରେ ସଜ୍ଜିତ କରାଯାଇଥାଏ ।
Sign in
Sign in
Recover your password.
A password will be e-mailed to you.