ଶତାୟୁ ସ୍ବାଧିନତା ସଂଗ୍ରାମୀ ଶତାୟୁ ହଟ୍ଟନାଥଙ୍କ ପରଲୋକ

0

ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା):୧୮୧୭ ମସିହା ଭାରତର ପ୍ରଥମ ପାଇକ ମୁକ୍ତି ସଂଗ୍ରାମର ଆନ୍ଦୋଳନରେ ମାନ୍ୟତା ଦାବି ଅଭିଯାନରେ ଅଂଶ ଗ୍ରହଣ କରିଥିବା ମହାନ ବ୍ୟକ୍ତି ସ୍ୱର୍ଗତ ହଟ୍ଟନାଥ ମଙ୍ଗରାଜ ୧୦୨ ବର୍ଷରେ ପଦାର୍ପଣ କରି ଶନିବାର ଦିନ ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମସ୍ଥିତ ନିଜ ବାସ ଭବନରେ ମୃତ୍ୟୁ ବରଣ କରିଛନ୍ତି । ଏହି ଶତାୟୁ ସ୍ବାଧିନତା ସଂଗ୍ରାମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ସମ୍ବର୍ଦ୍ଧିତ କରିଥିବା ବେଳେ ସ୍ବାଧିନତା ସଂଗ୍ରାମୀ ଭତା ପାଇବାକୁ ଅଗ୍ରାହ୍ୟ କରିଦେଇଥିଲେ।ଏତଦ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା କଳିଙ୍ଗ ପାଇକ ସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ କଳିଙ୍ଗ ପାଇକ ସଙ୍ଗଠନ, ପିଣ୍ଡିକି ବାହୁ ବଳେନ୍ଦ୍ର ସଙ୍ଗଠନ,ତାପଙ୍ଗ ଦଳବେହେରା ସ୍ମୃତି ସଂସଦ,ଖଣ୍ଡାୟତ କ୍ଷତ୍ରୀୟ କଳ୍କୀସେନାର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର,ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ,ସଂଖ୍ୟା ଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ (ସିଲୁଭାଇ), ବରିଷ୍ଠ ସିପିଆଇ ରାଜ୍ୟ ନେତା ବସନ୍ତ କୁମାର ପାଇକରାୟ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ପ୍ରମୁଖ ପହଂଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ୍ୟ ଶ୍ମଶାନରେ ବଡ଼ପୁଅ ଭାଗିରଥି ମଙ୍ଗରାଜ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା ।

Leave A Reply

Your email address will not be published.