ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଆଗକୁ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ଆଜି ପ୍ରତ୍ୟେକ ଜିଲ୍ଲା ରେ ଇସ୍ତାହାର ଉନ୍ମୋଚନ ହୋଇଛି। ସେହିପରି ଗଜପତି ଜିଲ୍ଲା ରେ ମଧ୍ୟ ମଞ୍ଚାସିନ ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୁଷଣ ପାତ୍ର , ସମ୍ପାଦକ ଅଭିମନ୍ୟୁ ପଣ୍ଡା , ଇଶ୍ଵର ମାଝୀ , ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ବସନ୍ତ କୁମାର ପଣ୍ଡା ଙ୍କ ମଞ୍ଚସ୍ଥ ରେ କଂଗ୍ରେସ ଗେରେଣ୍ଟି ଇସ୍ତାହାର ଉନ୍ମୋଚନ କରାଯାଇଥିଲା।
ଏଥିରେ ପ୍ରକାଶିତ ହୋଇଥିବା ବିଷୟ ବସ୍ତୁ କୁ ଦେଖିବାକୁ ମିଳିଛି ଯେ:- ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା। ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡ଼ି ବିଜେପି ଶାସନରେ ଯାହା ହୋଇନାହିଁ ଆଜି ତାହା କଂଗ୍ରେସ କରି ଦେଖାଇବ। କୃଷିଋଣ ଛାଡ଼। କୃଷକ ପାଇଁ ମାସିକ ପେନ୍ସନ୍ ୨୦୦୦ ଟଙ୍କା।
ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼।
୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା। ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା। ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼। ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା। ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା। ବାଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା।ରାଜ୍ୟରେ ଜାତିଭିଭିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଋକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁନା ମହାରଣା , ମହିଳା କଂଗ୍ରେସ ସଭାନେତ୍ରୀ ସେକ ଜସ୍ମିନ ରଫି , ରଞ୍ଜିତା ପାଣିଗ୍ରାହୀ , ବଂଶଧାରା ସାମନ୍ତ ସିଂହାର , ରୂଷମା ଗମାଙ୍ଗ , ରମ୍ଭା ନାୟକ , ଗୁମ୍ମା ବ୍ଲକର ଲଳିତ ମୋହନ ଦଣ୍ଡସେନା , ଆର ଉଦୟଗିରି ବ୍ଲକ ର ଜାଖବ ମାଝୀ କାଶୀନଗର ବ୍ଲକ ର ସବରା ନାଇଡୁ , ରାୟଗଡ଼ ବ୍ଲକ ର ମର୍ଶୁଧା ମଣ୍ଡଳ , ପାରଳାଖେମୁଣ୍ଡି ରାଜା ପାତ୍ର , ସନ୍ତୋଷ ପଣ୍ଡା , ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ବହୁତ ନେତା କର୍ମୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.