ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଆଜି ମହାନ ଦେଶ ପ୍ରେମୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂହ ଙ୍କ ବଳିଦାନ ଦିବସ। ଏହି ଅବସରରେ ରେ ଚାଷୀ ମୂଲିଆ ସଂଘ ର ସଭାପତି ତଥା ମହାନ୍ ବିପ୍ଳବୀ ନେତା ଶ୍ରୀ ନିରାକାର ନାୟକଙ୍କ ନେତୃତ୍ୱରେ ଆଜି ମାର୍ଚ୍ଚ ୨୩ ତାରିଖ ଶନିବାର ଦିନ ଶହ ଶହ ଆଦିବାସୀ ଯୁବକ ଭଞ୍ଜନଗର ସହର ପରିକ୍ରମା କରିବା ପରେ ବାଉଁଶ ଲୁଣ୍ଡି ଠାରେ ଏକ ସଭା ଅନୁଷ୍ଠିତ କରିଥିଲେ ।
ଦେଶର ଏହି ଚରମ ପରିସ୍ଥିତିରେ ଦେଶର ଶ୍ରମିକ କୃଷକ ତଥା ଶ୍ରମଜୀବୀ ଜନଗଣ ସଙ୍କଟରେ ପଡ଼ି ଯାଇଛନ୍ତି। ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ହେଲେ ପୁନର୍ବାର ଏ ଆଜମ୍ ସହୀଦ ଭଗତ ସିଂ, ଶୁକଦେବ,ରାଜଗୁରୁ ତଥା ବିର୍ସା ମୁଣ୍ଡା,ଲକ୍ଷ୍ମଣ ନାୟକ,ଚକରା ବିଷୋୟୀଙ୍କ ଭଳି ଜନ୍ମ ନେବାକୁ ପଡ଼ିବ ବୋଲି ଉକ୍ତ ସଭାରେ ନେତୃସ୍ଥାନୀୟ ପ୍ରତିନିଧି ମାନେ ତାଙ୍କ ଅଭିଭାଷଣରେ କହିଥିଲେ । ଆହୁରି ମଧ୍ଯ ଆମକୁ ଦୁର୍ବାର ସଙ୍ଘର୍ଷ କରିବା ବ୍ୟତୀତ ଆଉ କୌଣସି ରାସ୍ତା ନାହିଁ। ବିପ୍ଳବୀ ଭଗତ ସିଂ ପ୍ରର୍ଦଶିତ ମାର୍ଗରେ ଆଜି ଆମକୁ ଆଗେଇ ଯିବା ପାଇଁ ପଡିବ। ତାଙ୍କ ଚିନ୍ତା ଚେତନା ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ସଂଘର୍ଷ କରିବାକୁ ପଡ଼ିବ।
ଦେଶରେ ପ୍ରକୃତ ଗଣତନ୍ତ୍ର ଓ ସମାଜବାଦ ପ୍ରତିଷ୍ଠା ପାଇଁ ଭଗତ ସିଂ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ଆଜିର ଦିନରେ ଆମକୁ ଶପଥ ନେଇ ଆପୋଷହୀନ ସଂଗ୍ରାମର ରାସ୍ତା ବାଛି ନେବାକୁ ପଡ଼ିବ ବୋଲି ଆଦିବାସୀ ଓ ଚାଷି ମୂଲିଆ ସଂଗଠନର ନେତା ଓ କର୍ମକର୍ତ୍ତାମାନେ ଅଭିଭାଷଣରେ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.