ଭୁବନେଶ୍ୱର,୧୬ ।୩: ୧୦ ତାରିଖରୁ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୪୦ ଜଣିଆ ପ୍ରତିନିଧିମଣ୍ଡଳୀ ଶନିବାର ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି। ଆଜି ସକାଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରାରେ ସେମାନେ ଅଭିଭୂତ ହୋଇପଡ଼ିଥିଲେ। ସେମାନେ ସମ୍ବଲପୁରୀ କୁର୍ତ୍ତା ପିନ୍ଧି ଏହାର ପ୍ରମାଣ ଦେଇଥିଲେ। କିଟ୍ ଓ କିସ୍ ପରିଦର୍ଶନରେ ଆସି କିଟ୍ର ବିଭିନ୍ନ ବିଭାଗ ଓ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିବା ସହ ଉଭୟ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ। ସେମାନେ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଭାବର ଆଦାନ ପ୍ରଦାନ କରିଥିଲେ। ସେମାନେ କିଟ୍ ଓ କିସ୍ର ଶ୍ରେଣୀଗୃହରେ ଦୀର୍ଘ ସମୟ ଛାତ୍ରଛାତ୍ରୀଙ୍କ ସହ ଅତିବାହିତ କରି ପାଠାଗାର ଆଦିରେ ସମୟ ଅତିବାହିତ କରିଥିଲେ। ଏହି ଦଳରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟତରତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ପରିଦର୍ଶନରେ ଆସିଥିବା ହାର୍ଭାର୍ଡର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜନୀତି, ନୀତି ନିର୍ଦ୍ଧାରକ, ବ୍ୟବସାୟୀ, ଶିକ୍ଷାବିତ୍, ଆଇନ୍ ଓ ଉନ୍ନୟନ ଆଦି କ୍ଷେତ୍ରରେ କାର୍ଯ୍ୟରତ। ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା। ସେମାନେ କିଟ୍ ଓ କିସ୍ ବୁଲିବା ପରେ ଏଥିରେ ଅଭିଭୂତ ହେବା ସହ ଏଭଳି ସୁନ୍ଦର ଅନୁଷ୍ଠାନ ବିଶ୍ୱରେ ବିରଳ ବୋଲି ମତ ଦେଇଛନ୍ତି। ଏଭଳି ପ୍ରୟାସ ପାଇଁ ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶୁକ୍ରବାର ଏହି ପ୍ରତିନିଧିମଣ୍ଡଳୀ ଅଚ୍ୟୁତ ସାମନ୍ତଙ୍କ ବାସ ଭବନରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଶ୍ରୀ ସାମନ୍ତଙ୍କ ଅତି ସାଧାରଣ ଜୀବନ ଶୈଳୀ ବିଷୟରେ ଜାଣିଥିଲେ। ଓଡ଼ିଶାର ଅନନ୍ୟ ପାଠାଗାର କିଟ୍ର କେନ୍ଦ୍ରୀୟ ପାଠାଗାରା ଦେଖି ସେମାନେ ଖୁସି ବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.