ଖଲ୍ଲିକୋଟ/ଶାସକ ପ୍ରଶାସକ-ଶିବରାମ ଜେନା : ଏବେ ଖଲ୍ଲିକୋଟ କୂଳ ଠାରୁ ଆରମ୍ଭ ହୋଇ ମାଳପର୍ଯ୍ୟନ୍ତ କେଉଁଠି ହେଲେ ଶାନ୍ତ ପରିବେଶର ଥିବାର ମନେହୁଏ ନାହିଁ। ଏସଂକ୍ରାନ୍ତରେ ଖଲ୍ଲିକୋଟ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଦଙ୍ଗା,ହାଙ୍ଗମା ବଢ଼ି ଚାଲିଥିବା ବେଳେ, ଏବେ ଖଲ୍ଲିକୋଟ ପୋଲିସ ବିଭାଗ ଗତ ତାରିଖ ୧୩-୩- ୨୦୨୪ ରେ ଗୁହାରିଆ ପାଟ ର ବିଦେଶୀ ଜାନି ଙ୍କ ନାମରେ ଔଆରେଣ୍ଟ ଥିଲା ,ତାଙ୍କୁ ଦିନ ୧୧ ଘଣ୍ଟା ସମୟରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଖଲ୍ଲିକୋଟ ଥାନା କେସ୍ ନଂ ୧୨୮/୨୦୧୪ ବୋଲି ଜଣାପଡିଛି।
ଖବର ନେବାରୁ ଜଣାପଡିଛି ଯେ ଗତ ୧୩-୩-୨୦୨୪ ସନ୍ଧ୍ୟା ୭ ଘଣ୍ଟ ସମୟରେ ଜୈନିକ ବ୍ୟକ୍ତି ତାଙ୍କର ଭଉଣୀ ଙ୍କୁ ସାଙ୍ଗରେ ନେଇ ବାଇକ୍ ଯୋଗେ ନିଜର ଗ୍ରାମ ବେଗୁନିଆ ପଡ଼ା ଅଭିମୁଖେ ଯାଉଥିଲେ , ଏବଂ କୌଣସି କାରଣ ବଶତଃ ଉଭୟ ଗୁହାରିଆପାଟ ନିକଟସ୍ଥ ରୋଡ଼ ଧାରରେ ଅଟକି ଥିଲେ । ଏ ସମୟରେ ୫ଜଣ ଯୁବକ ଏମାନଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଅଟକି ଥିବା ଭାଇଭଉଣୀ ଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ନଗଦ ୧୦,୦୦୦/- ଟଙ୍କା, ଏବଂ୨ଟି ମୋବାଇଲ ଲୁଟି ନେଇଥିବା ଅଭିଯୋଗକାରୀ କହିଥିଲେ।
ତଦନ୍ତ କରିବା ସମୟରେ ଚାରିଜଣଙ୍କ ନାଁ ଜଣାପଡିଛି, ସେମାନେ ହେଲେ,ଦୀପକ ଜାନୀ ମନୋଜ ଶବର, ସୁଶାନ୍ତ ଜାନୀ ଓ ମନୋଜ ଜାନୀ । ସେମାନଙ୍କ ଠାରୁ ନଗଦ ୧୦ ୦୦୦ ଟଙ୍କା ଓ୩ଟି ମୋବାଇଲ ଜବତ କରିଥିଲେ ।
ତା ସାଙ୍ଗକୁ କେସ୍ ନଂ ୨୧୨DY୧୪-୩-୨୪ ଧାରା ୩୯୪/୩୫୪ ଭାରତୀୟ ପିଙ୍ଗଳ କୋଡ଼ Rw, ଧାରା ୮ P OCSO ଦଫା ଲଗାଇ ପୋଲିସ୍ ଗିରଫ୍ କରିଛି। ଅଭିଯୋଗ କାରୀ ନିଜର ନାମ ଗୋପନୀୟ ରଖିବା କଥା ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତିି ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post