ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ (ଓୟୁଜେ) ପକ୍ଷରୁ କଳା ବ୍ୟାଜ ପରିଧାନ କରି ନିରବ ପ୍ରତିବାଦ କରିଥିଲେ।
ନିର୍ବାଚନ ପୂର୍ବରୁ ସରକାର ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଘୋଷଣା କରିଛନ୍ତି। କିନ୍ତୁ ଭତ୍ତା ଓ ସୁରକ୍ଷା ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ଦୀର୍ଘ ଦିନ ହେଲା ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରି ନିଜର ଦାବି ଜଣାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାର ନିରବ ପ୍ରତିବାଦ କରିଛି ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ)। ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କଳା ବ୍ୟାଜ୍ ପରିଧାନ କରିବା ସହ ନିରବ ପ୍ରତିବାଦ କରିଥିଲେ।
ଏହି ଅବସରରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସାମ୍ବାଦିକ ସାମିଲ ହୋଇଥିଲେ। ତୁରନ୍ତ ସରକାର ଏହି ଦାବି ପୁରଣ ନହେଲେ ଆଗାମୀ ଦିନରେ ରାଜ୍ୟ ସଂଘ ଯେଉଁ ନିଷ୍ପତ୍ତି ନେବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.