ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ଉତ୍କଳ ସାମ୍ୱାଦିକ ସଂଘ ଆହ୍ୱାନରେ ଜିଲ୍ଲା ସାମ୍ୱାଦିକ ସଂଘ ନୟାଗଡ଼ ପକ୍ଷରୁ ଗୁରୁବାର ଠାରୁ ଜିଲ୍ଲା ବ୍ୟାପୀ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି।ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଡାକରାରେ ଓଡ଼ଗାଁ ସାମ୍ବାଦିକ ସଂଘ ପରିସରରେ କଳା ପଟି ପରିଧାନ କରିବା ସହ ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ।ସାମ୍ବାଦିକଙ୍କୁ ପେନସନ, ବୀମାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା, ସାମ୍ବାଦିକ ସୁରକ୍ଷା ଆଇନ ଇତ୍ୟାଦି ଲାଗୁ କରିବା ପାଇଁ ଦାବି କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ୱାଦିକ ତଥା ଉପସଭାପତି ଆଦର୍ଶ ପଟ୍ଟନାୟକ, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖଙ୍କ ସହିତ ଫକୀର ମୋହନ ମହାରଣା, ନାରାୟଣ ପାଣିଗ୍ରାହୀ, ଅର୍ଜୁନ ସାହୁ, ଜୟକୃଷ୍ଣ ସାହୁ, ରିପନ କୁମାର ପଣ୍ଡା, ରାମକୃଷ୍ଣ ପରିଡା ପ୍ରମୁଖ ଉପସ୍ଥିତ ରହି କଳାପଟି ପରିଧାନ କରି ପ୍ରତିବାଦରେ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post