କେନ୍ଦୁଝର :- ସମାଜରେ ନିରନ୍ତର ଭାବେ ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଉତ୍କୃଷ୍ଟତା ବଜାୟ ରଖି ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା କାମାକ୍ଷା ପ୍ରସାଦ ମାଝୀ, ଏନ ସନ୍ତୋଷ କୁମାର, କେଦାରନାଥ ସେନାପତି, ଏ ଆର ଖାନ, ରାମନାରାୟଣ ଦାଶ, ଝାସା ରଣା,ସମାଜସେବୀ ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଛନ୍ତି ଯେ ରାଜ୍ୟରେ କାର୍ଯ୍ୟରତ ଓ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ସମାଜ ସେବୀ ଗଣ ଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବା ସହିତ ପାଞ୍ଚ ଲକ୍ଷ ଟଙ୍କା ର ଦୁର୍ଘଟଣା ବୀମା ସୁବିଧା, ଦେଶର ବିଭିନ୍ନ ସେବା ସ୍ଥାନ କୁ ଏକ୍ସପୋଜର ଟୁର ସୁବିଧା, ଏବଂ ଦୈନିକ ଗୁଜୁରାଣ ପାଇଁ ମାସିକ ଆର୍ଥିକ ସୁବିଧା ଯୋଗାଇଦେଇ ସେମାନଙ୍କ କାର୍ଯ୍ୟ କୁ ସୁଗମ କରିବାକୁ ଅନୁରୋଧ କରିଛନ୍ତି, ଫାଇବ ଟି ଅଧ୍ୟକ୍ଷ ଙ୍କୁ ମଧ୍ୟ ନିବେଦନ କରି ଏହାର ତ୍ୱରିତ ସୁଵିଚାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି, ସୂଚନା ଯୋଗ୍ୟ ଯେ ଆଜୀବନ ସମାଜ ସେବାରେ ନିଃଶୁଳ୍କ ନିୟୋଜିତ ହୋଇ ରାଜ୍ୟରେ ପଚାଶ ରୁ ଉର୍ଧ୍ଵ ସମ୍ବର୍ଦ୍ଧିତ ସ୍ୱୀକୃତି ପ୍ରାପ୍ତ କାର୍ଯ୍ୟରତ ଅଛନ୍ତି,
Sign in
Sign in
Recover your password.
A password will be e-mailed to you.