ବେଦାନ୍ତ ଆଲୁମିନିୟମ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହଯୋଗରେ ଶିଳ୍ପ ନିରାପତା ତାଲିମ କାର୍ଯ୍ୟକ୍ରମ

0 2

ଏହି ପଦକ୍ଷେପରେ ୪୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଶିଳ୍ପ ନିରାପତା ଓ ଦୁର୍ଘଟଣାର ପ୍ରତିକାର ଉପରେ ସଚେତନ କରାଯାଇଥିଲା

ଝାରସୁଗୁଡ଼ା, ଓଡ଼ିଶା, ୧୪ ମାର୍ଚ୍ଚ ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସୁଗୁଡ଼ାର ପରିଚାଳନାରେ ଓଡ଼ିଶାର କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହଯୋଗରେ ଏକ ବ୍ୟାପକ ଏକଦିବସୀୟ ଶିଳ୍ପ ନିରାପତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଛି । ଶ୍ରମ ଓ ଇଏସଆଇ, ଓଡ଼ିଶା ସରକାରଙ୍କ ତତ୍ୱାବଧାନରେ ଏହି ପ୍ରୟାସ ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାଂଚଳରେ ବିସ୍ତାରିତ ଯାହା ଏକ ଦୃଢ ନିରାପତା ସଂସ୍କୃତି ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ।

ଏହି ତାଲିମ କାର୍ଯ୍ୟକ୍ରମକୁ ଶ୍ରୀ ଆର.ଏସ .ଗୋପାଳନ, ଆଇଏଏସ ଆୟୋଗ ତଥା ସଚିବ, ଶ୍ରମ ଓଇଏସଆଇ ବିଭାଗ, ଓଡ଼ିଶା ସରକାରଙ୍କ ସହିତ ଓଡ଼ିଶାର କାରଖାନା ତଥା ବାସ୍ପିତ୍ର ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ. ମଳୟ କୁମାର ପ୍ରଧାନ , ଶ୍ରୀ ସ୍ୱରୂପ ଜେନା କାରଖାନା ତଥା ବାସ୍ପିତ୍ର , ସମ୍ବଲପୁର ଡିଭିଜନ, ଶ୍ରୀମତୀ ଅର୍ଚ୍ଚନା ଦାସ, ସହକାରୀ ନିର୍ଦ୍ଦେଶକ କାରଖାନା ତଥା ବାଷ୍ପିତ୍ର , ଶ୍ରୀ ଉମାକାନ୍ତ ସାମନ୍ତରାୟ କାରଖାନା ତଥା ବାଷ୍ପିତ୍ର , ସମ୍ବଲପୁର ଭର୍ଚୁଆଲି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗୁଣବତା ଓ ପରିବେଶ ପ୍ରବନ୍ଧନ ସେବା ପ୍ରା. ଲିର ବିଶେଷଜ୍ଞ ପ୍ରଶିକ୍ଷକଙ୍କ ନେତୃତ୍ୱରେ ତାଲିମ ପରିଚାଳିତ ହୋଇଥିଲା । ପଶ୍ଚିମ ଓଡ଼ିଶାରୁ ୪୦୦ରୁ ଅଧିକ ଶିଳ୍ପ ସଂସ୍ଥାର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ବେଦାନ୍ତର ସୁରକ୍ଷା ସଂସ୍କୃତି ଉପରେ ମତ ଦେଇ ସୁନୀଲ ଗୁପ୍ତା, ସିଓଓ, ଆଲୁମିନିୟମ ବିଜିନେସ କହିଛନ୍ତିଯେ ଆମର କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । କାର୍ଯ୍ୟକ୍ରମର ଉତ୍କର୍ଷତା ବଜାୟ ରଖିବା ପାଇଁ ଆମେ କର୍ମଚାରୀଙ୍କ ସୁରକ୍ଷା ତାଲିମକୁ ବିସ୍ତାର କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଶିଳ୍ପ ସୁରକ୍ଷା ତାଲିମ ଜରୀଆରେ ଆମେ ଉନ୍ନତ କର୍ମ ସଂସ୍କୃତି ପ୍ରତିପାଦନ କରିବାକୁ ଚେଷ୍ଟା କରୁ ।

ଶ୍ରୀ ଆର.ଏସ .ଗୋପାଳନ, ଆଇଏଏସ ଆୟୋଗ ତଥା ସଚିବ, ଶ୍ରମ ଓ ଇଏସଆଇ ବିଭାଗ, ଓଡ଼ିଶା ସରକାର କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ ଯେ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ଏହି ଅଭ୍ୟାସକୁ ଯୋଡ଼ିବା ଓ ଉପଯୁକ୍ତ ପ୍ରଦର୍ଶନ ପ୍ରତିପାଦନ କରିବା ଦିଗରେ ଏହି ତାଲିମ ସହାୟକ ହେବ । ଅଂଶଗ୍ରହଣକାରୀଙ୍କ ଯୋଗଦାନ ଦ୍ୱାରା ସେମାନଙ୍କ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି ପାଇବ । ବେଦାନ୍ତ ପକ୍ଷରୁ ଏହି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ମୁଁ ବେଦାନ୍ତକୁ କୃତଜ୍ଞତା ଜଣାଉଛି ।

ବେଦାନ୍ତ ଉନ୍ନତ ଜ୍ଞାନ କୌଶଳ ସହାୟତାରେ ଏହାର କାର୍ଯ୍ୟ ପରିସରରେ ଆଚରଣ ଆଧାରିତ ସୁରକ୍ଷାକୁ ସୁନିଶ୍ଚିତ କରିଛି ଓ କାର୍ଯ୍ୟକ୍ଷେତ୍ର ସହ ଗୋଷ୍ଠୀର ନିରାପତା ପାଇଁ ମଧ୍ୟ ଯତ୍ନବାନ ରହିଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.