୧୧୯ କୋଟି ୮୬ଲକ୍ଷ ଟଙ୍କାର ୫ଗୋଟି ବୃହତ ପ୍ରକଳ୍ପକୁ ଶିଳାନ୍ୟାସ କଲେ ବିଧାୟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ l

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲୁଣା ଚିତ୍ରୋତ୍ପଳା ଓ ମହାନଦୀ ଚିତ୍ରୋତ୍ପଳା ଦ୍ଵିପାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୫ଗୋଟି ବୃହତ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି l ଏହି ଦ୍ଵିପାଞ୍ଚଳ ବାସିନ୍ଦାଙ୍କ ଚଳଣି ପ୍ରକ୍ରିୟା ସହରାଞ୍ଚଳ ସହିତ ସମତୁଲ କରିବା ପାଇଁ ଉତ୍ତମ ଗମନାଗମନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୯କୋଟି ୮୬ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଉକ୍ତ ୫ଗୋଟି ବୃହତ ପ୍ରକଳ୍ପ ମୁଖ୍ୟଅତିଥି ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ ହୋଇଯାଇଛି । ବିଜୁ ସେତୁ ଯୋଜନାରେ ଚିତ୍ରୋତ୍ପଳା ନଦୀ ଉପରେ ଦାଉଦପୁର ପଞ୍ଚାୟତ ନଇଁଗୁଆ ଠାରୁ ଉତ୍ତରକୂଳ ପଞ୍ଚାୟତ ସାହାଣୀ ସାହି ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ପାଇଁ ୪୧.୨୪ କୋଟି ଟଙ୍କା ଏବଂ ସେହି ଚିତ୍ରୋତ୍ପଳା ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ନଗସପୁର ଠାରୁ ପାଳଦା ପର୍ଯ୍ୟନ୍ତ ଅନ୍ୟ ଏକ ପୋଲ ନିର୍ମାଣ ନିମନ୍ତେ ୩୫.୮୨ କୋଟି ଅର୍ଥର ବ୍ୟବସ୍ଥା କରିଛନ୍ତି l ଉକ୍ତ ଦୁଇ ପୋଲ ନିର୍ମାଣ କାର୍ଯ୍ୟକୁ ନଇଁଗୁଆ ଓ ନଗସପୁର ଠାରେ ଶୁଭ ଶିଳାନ୍ୟାସ କରାଯାଇଛି l ସେହିପରି ଲୁଣା ନଦୀର ଦକ୍ଷିଣ ପାର୍ଶ ବନ୍ଧ ସୁଦୁଢୀକରଣ ପାଇଁ ୧୨.୩୦ କୋଟି ଟଙ୍କା ଅନୁଦାନରେ ତରତ ପଞ୍ଚାୟତ ଦେବରାଳ ଠାରେ ଥିବା ମା’ ସାହାଢେଇ ଠାକୁରାଣୀ ମନ୍ଦିର ପାଖରେ ଶୁଭ ଶିଳାନ୍ୟାସ କରାଯାଇଛି l ଏହାଛଡ଼ା ବନ୍ଧକାଟିଆ ପଞ୍ଚାୟତର ସହ‌ଦେବପୁର – ତରତଶାସନ ରାସ୍ତାର ଉନ୍ନତିକରଣ ପାଇଁ ୨୫.୫୦ କୋଟି ଟଙ୍କା ଅନୁଦାନରେ ବନ୍ଧକାଟିଆ ପଞ୍ଚାୟତ ହରିରାଜପୁର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଶୁଭ ଶିଳାନ୍ୟାସ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁଶେଖର ମହାନ୍ତି, ଜିଲ୍ଲା ବିଜେଡ଼ି ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ଇଂ.ବିଳାସ ଭୋଇ, ସରପଞ୍ଚ ଲଳିତେନ୍ଦୁ ବିଶୋଇ, ପୁଷ୍ପଲତା ମଲିକ, ଶୁଭ୍ରା ମହାନ୍ତି, ଗୌତମୀ ଦାସ, ମୀନତି ସାଇଁ, ପ୍ରଦୀପ୍ତ କୁମାର ପରିଡ଼ା, ସମିତିସଭ୍ୟ ଆଶିଷ ମହାନ୍ତି, ଦେବେନ୍ଦ୍ର ବେହେରା,ସୌରପ୍ରଭା ଜଗଦେବ, ହିମାଦ୍ରି ମିଶ୍ର, ଟିକି ପଣ୍ଡା, ସମାଜସେବୀ ବ୍ରଜମୋହନ ପଣ୍ଡା, ଯୁବନେତା ମନୋଜ ସେଠୀ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବିଜେଡ଼ି ନେତୃବୃନ୍ଦ ଏବଂ ବୟୋଜ୍ୟେଷ୍ଠ ମୁରବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.