ନିଶ୍ଚିନ୍ତକୋଇଲି ଆଦର୍ଶ ବିଦ୍ୟାଳୟକୁ ଲୋକାର୍ପିତ କଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ଓ କେରିଲୋ ପଞ୍ଚାୟତ ସୀମା ସ୍ଥଳରେ ଥିବା କୂଳଗାଁଇଶାଳୋ ଏବଂ ହାଣ୍ଡିଭଙ୍ଗା ପଡ଼ିଆ ଠାରେ ୫କୋଟି ଟଙ୍କାରେ ନିର୍ମାଣ ହୋଇଥିବା ନିଶ୍ଚିନ୍ତକୋଇଲି ବ୍ଳକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ଵାରା ଲୋକାର୍ପିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁଶେଖର ମହାନ୍ତି, ଜିଲ୍ଲା ବିଜେଡ଼ି ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ପୂର୍ବତନ ସରପଞ୍ଚ ମହେଶ୍ଵର ବାରିକ,ଜିତେନ୍ଦ୍ର ମିଶ୍ର, ସରପଞ୍ଚ ଲଳିତେନ୍ଦୁ ବିଶୋଇ, ପୁଷ୍ପଲତା ମଲିକ, ଶୁଭ୍ରା ମହାନ୍ତି, ଗୌତମୀ ଦାସ, ମୀନତି ସାଇଁ, ପ୍ରଦୀପ୍ତ କୁମାର ପରିଡ଼ା, ସମିତିସଭ୍ୟ ଆଶିଷ ମହାନ୍ତି, ଦେବେନ୍ଦ୍ର ବେହେରା, ସୌରପ୍ରଭା ଜଗଦେବ, ହିମାଦ୍ରି ମିଶ୍ର, ଟିକି ପଣ୍ଡା, ସମାଜସେବୀ ବ୍ରଜମୋହନ ପଣ୍ଡା, ଯୁବନେତା ମନୋଜ ସେଠୀ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଞ୍ଚଳବାସୀ ଯୋଗ ଦେଇଥିଲେ ।