ନୟାଗଡ଼ (ବିଶ୍ୱଜିତ ନାୟକ) – ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସଦମହକୁମାରେ କାର୍ଯ୍ୟରତ ସାମ୍ବାଦିକମାନେ କଳାପଟି ପରିଧାନ କରିଛନ୍ତି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସାମ୍ବାଦିକ ଭବନଠାରେ କଳାପଟି ପରିଧାନ କରାଯିବା ସହ ସାମ୍ବାଦିକଙ୍କ ଦାବି ପୂରଣ ପାଇଁ ସ୍ଲୋଗାନ ଦିଆଯାଇଛି । ସାମ୍ବାଦିକଙ୍କୁ ପେନସନ, ବୀମାରେ ପିତାମାତା ଏବଂ ୨୫ ବର୍ଷର ପିଲାଙ୍କୁ ଅର୍ନ୍ତଭୁକ୍ତ କରିବା, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଲୋକନାଥ ମିଶ୍ର, ଅନୀଲ କୁମାର ପଣ୍ଡା, ଉଦିତ୍ ନାରାୟଣ ଦାଶ, ବିଭୂତି ଭୂଷଣ ସ୍ୱାଇଁ, ନିହାର ପଟ୍ଟନାୟକ, ରଜତ ପଟ୍ଟନାୟକ, ବିଶ୍ୱଜିତ୍ ନାୟକ ପ୍ରମୂଖ ଉପସ୍ଥିତ ରହି କଳାପଟି ପରିଧାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.