ଭୁବନ ଅଞ୍ଚଳ ସାମ୍ବାଦିକ ମାନଙ୍କ ପକ୍ଷରୁ କଳା ବ୍ୟାଚ

0 2

ଢ଼େଙ୍କାନାଳ / ରବିନ୍ ଦାସ ; ରାଜ୍ୟର ଉତ୍କଳ ସାମ୍ବାଦିକ ସଂଘ ଡାକରା ଅନୁଯାୟୀ ସମଗ୍ର ରାଜ୍ୟରେ କଳା ବ୍ୟାଚ ପ୍ରଦର୍ଶନୀ ହେଉଛି । ସାମ୍ବାଦିକମାନଙ୍କ ଦାବି, ସୁରକ୍ଷା ଓ ସାମାଜିକ ନିରାପତ୍ତା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ସଞ୍ଜୟ କୁମାର ନାଏକଙ୍କ ନେତୃତ୍ୱରେ ରବିନ୍ ଦାସ, ସରୋଜ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ମଳୟ କୁମାର ତ୍ରିପାଠୀ, ଚିତ୍ତରଞ୍ଜନ ମିଶ୍ର, ଜୟଦେବ ବୈଶାକ, ମନୋଜ ପୋଥାଳ ଓ ଚୈତନ୍ୟ ସାହୁ ଉପସ୍ଥିତ ରହି ପ୍ରତିବାଦ କରିଥିଲେ । ପ୍ରତ୍ୟେକ ସାମ୍ବାଦିକ ମାନଙ୍କ ସ୍ବାର୍ଥ ପାଇଁ ପ୍ରତିବାଦର ସ୍ୱର ଉଠାଇଥିବା ଉତ୍କଳ ସାମ୍ବାଦିକ ସଂଘର ଏ ପଦକ୍ଷେପକୁ ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.