ରାୟଗଡ : ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଓଡିଶା ସରକାରଙ୍କ ଭାଷା ନିୟମ ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମସ୍ତ ନଥିପତ୍ର ଗୁଡିକୁ ଓଡ଼ିଆ ଭାଷାରେ ଲେଖାଯିବା ଏବଂ ଜିଲ୍ଲାରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଥିବା ନାମ ଫଳକ ଗୁଡିକରେ ଓଡ଼ିଆ ଭାଷାରେ ଶୁଦ୍ଧ ଭାବରେ ଲେଖାଯିବା ଓ ସଦର ମହକୁମାରେ ଥିବା ପ୍ରେକ୍ଷାଳୟ ମାନଙ୍କରେ ଓଡ଼ିଆ ସିନେମା ପ୍ରସାରଣ ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ରାୟଗଡ ଜିଲ୍ଲାରେ ସରକାରୀ ହେଉ ବା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ବ୍ୟବହାର ହେଉଥିବା ନଥିପତ୍ର ଇଂରାଜୀ ଭାଷାରେ ପ୍ରଚଳନ ହେଉଚି କାଁ ଭାଁ ଓଡ଼ିଆ ଭାଷାର ପ୍ରୟୋଗ କରାଯାଉଛି କିନ୍ତୁ ଓଡିଶା ସରକାର ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିବା ବେଳେ ରାୟଗଡ ଜିଲ୍ଲାରେ ଏହି ଆଦେଶର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଉଛି l ଜିଲ୍ଲା ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଲେଖା ଯାଉଥିବା ନାମ ଫଳକରେ ବନାନ ତ୍ରୁଟି ପରିଲିକ୍ଷିତ ହେଉଥିଲେ ମଧ୍ୟ ତାହାକୁ ସଂଶୋଧନ କରାଯାଉ ନଥିବା ଦୁଃଖର ବିଷୟ l ବାରମ୍ବାର ଏହି ବିଷୟ ନେଇ ଦାବୀ କରାଯାଉଥିଲେ ମଧ୍ୟ ସଂଶୋଧନ କରିବା ବଦଳରେ ଚୁପ ହୋଇ ନ ଦେଖିବା ଭଳି କାର୍ଯ୍ୟ କରୁଛନ୍ତି l ଜିଲ୍ଲାର ସଦର ମହକୁମାରେ ୭ଗୋଟି ପ୍ରେକ୍ଷାଳୟ ରହିଥିବା ବେଳେ ବର୍ଷ ତମାମ ହିନ୍ଦୀ ଓ ତେଲୁଗୁ ଭାଷାରେ ସିନେମା ପ୍ରସାରଣ କରାଯାଉଛି l ଯାହା ଜିଲ୍ଲାରେ ଓଡ଼ିଆଙ୍କ ମନରେ ଗଭୀର ଦୁଃଖ ପ୍ରକାଶ ପାଉଚି l ଆଗକୁ ଏପ୍ରିଲ ମାସ ୧ତାରିଖ ଉତ୍କଳ ଦିବସ ପାଳନ କରାଯିବ ଅନ୍ତତଃ ପକ୍ଷେ ଉକ୍ତ ଦିନରେ ସଦର ମହକୁମା ଓ ଜିଲ୍ଲାରେ ଥିବା ସମସ୍ତ ପ୍ରେକ୍ଷାଳୟ ମାନଙ୍କରେ ଓଡ଼ିଆ ସିନେମା ପ୍ରସାରଣ କରିବା ପାଇଁ ନିର୍ଦେଶ ଦେବାକୁ ମଞ୍ଚ ତରଫରୁ ଅନୁରୋଧ କରାଯାଇଥିଲା l ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଓଡ଼ିଆ ଭାଷାର ଉନ୍ନତି ଓ ବ୍ୟବହାର ନିମନ୍ତେ ନିଜର ପ୍ରୟାସ ଜାରୀ ରଖିଥିବ ବୋଲି ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ପ୍ରକାଶ କରିଛନ୍ତି l ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ କୋଷାଧକ୍ଷ ଶ୍ରୀ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପାଢ଼ୀ ଓ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post