ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ୧୭ ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉରକେଲା ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋ ଓ ଟୁର୍ଣ୍ଣାମେଣ୍ଟର ଆବାହକ ଧନଞ୍ଜୟ ମୁଣ୍ଡା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ଟୁର୍ଣ୍ଣାମେଣ୍ଟରେ ସହର ଓ ଆଖପାଖ ଅଞ୍ଚଳର ୩୨ଟିମ ଅଂଶଗ୍ରହଣ କରୁଛନ୍ତି। ନକଆଉଟ ଭିତ୍ତିରେ ହେବାକୁ ଥିବା ଏହି ଖେଳର ଫାଇନାଲ ମ୍ୟାଚରେ ଚମ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ସହ ନଗଦ ୩୦ହଜାର ଟଙ୍କା, ରନର୍ସ ଅପ୍ ଦଳକୁ ରନର୍ସ ଅପ୍ ଟ୍ରଫି ସହ ୨୦ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରଫି ସହ ୧୦ ହଜାର ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରଫି ସହ ନଗଦ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହାସହ ଶ୍ରେଷ୍ଠ ସ୍କୋରର, ଶ୍ରେଷ୍ଠ ଡିଫେନ୍ସ, ଶ୍ରେଷ୍ଠ ଗୋଲ କିପର, ଶ୍ରେଷ୍ଠ ହାଫ୍ ଖେଳାଳି ଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ। ଏହି ଖେଳର ଉଦଘାଟନୀ ଉତ୍ସବରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ସମାଜସେବୀ ଲାୟନ ମନଜିତ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା ୧୭ ତାରିଖ ଦିନ ଦିବା ୯ ଘଟିକା ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦ଟାରେ ମ୍ୟାଚ୍ ଆରମ୍ଭ କରାଯାଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଫାଇନାଲ ମ୍ୟାଚ ୨୨ତାରିଖ ଦିନ ଅପରାହ୍ନରେ ଅନୁଷ୍ଠିତ ହେବ। ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ନେହଲତା ଗନ୍ତାଘରିଆ, ଧନମାୟା ବିଷ୍ଟ,ସାରିକା ମାହାତୋ,କାର୍ମିଲା ମାହାତୋ,ରଶ୍ମିବାଳା ମହନ୍ତ,ନିତାଞ୍ଜଳୀ ପରିଡ଼ା, ରେଖା ଗୁପ୍ତା, ପୁଷ୍ପାଞ୍ଜଳି ସାହୁ, ତାପସ ପରିଡା, ଗୈାତମ ସାଓ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.