ରାଜ୍ୟସରକାରଙ୍କୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି

0 2

ଜଗତସିଂହପୁର: ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀ ତଥା ଅନୁଷ୍ଠାନମାନଙ୍କର ଦାବି ପ୍ରତି ଦୃଷ୍ଟି ଦେଇ ପ୍ରତିଦିନ ଘୋଷଣା କରି ଚାଲିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାବି ପ୍ରତି ଅଣଦେଖା କରି ଚାଲିଛନ୍ତି । ରାଜ୍ୟରେ ସମ୍ବାଦିକ ସୁରକ୍ଷା ଆଇନ ଲାଗୁ,60 ବର୍ଷ ପରେ ସାମ୍ବାଦିକ ମାନଙ୍କୁ ପେନସନ,ସ୍ୱାସ୍ଥ୍ୟ ବିମାରେ ବାପା ମାଆ ଓ 25 ବର୍ଷ ପର୍ଯ୍ୟନ୍ତ ପୁଅ ଝିଅ ମାନଙ୍କୁ ସାମିଲ ଓ ସରକାରୀ ଅଧି ସ୍ୱୀକୃତି ବହୁଳ ପରିମାଣରେ ପ୍ରଦାନ ଦାବିରେ ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ଡ଼ାକରାରେ ଆଜି ରାଜ୍ୟବ୍ୟାପି କାର୍ଯ୍ୟରତ ସାମ୍ବାଦିକ ମାନେ କଳା ବ୍ୟାଜ ପରିଧାନ କରିବା ସହିତ ବିଖୋଭ ପଦର୍ଶନ କରିଛନ୍ତି । ସେହିପରି ଜଗତସିଂହପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଏକାଠି ହୋଇ କଳା ବ୍ୟାଜ ପରିଧାନ କରିବା ସହ ବିଖୋଭ ପଦର୍ଶନ କରିଥିଲେ । ରାଜ୍ୟ ସରକାର ଖୁବ ଶୀଘ୍ର ସାମ୍ବାଦିକ ମାନଙ୍କ ଦାବି ପ୍ରତି ଦୃଷ୍ଟି ନଦେଲେ ଆଗକୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ରାଜ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.