ଧର୍ମଗଡ଼ ଗୋଳେଇଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ଚାରୀ ବାଇକ ଆରୋହୀ ଗୁରୁତର

0 1

ଭବାନୀପାଟଣା (ନି ପ୍ର )ଆଜି ବୁଧବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଧର୍ମଗଡ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗୋଳେଇଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥଲା । ଦୁର୍ଘଟଣା ହେବା ଫଳରେ ଚାରୀ (୪)ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ମାନେ ହେଲେ ମାଲପଡା ଗ୍ରାମର ରାଜେନ୍ଦ୍ର ହଂସ, ଶୋଭାବନ ହଂସ ଏବଂ ଝାରକୁଣ୍ଡାମାଲ ଗ୍ରାମର ଚରଣ ପଟେଲ ବୋଲି ଜଣା ପଡ଼ିଥିବା ବେଳେ ଜଣେ ଅଚେତ ଥିବାରୁ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ହେବା ଫଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରି ଚିକିତ୍ସିତ କରିଥିଲେ। ଅଧିକ ଗୁରୁତର ଥିବାରୁ ରାଜେନ୍ଦ୍ର ହଂସ, ଓ ଚରଣ ପଟେଲ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିବା ର ସୂଚନା ମିଳିଛି l

Leave A Reply

Your email address will not be published.