ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ପରୀକ୍ଷା କେନ୍ଦ୍ର ଓ ରୋଗୀ ପରିଚାରକ କେନ୍ଦ୍ରକୁ ଉଦ୍ଘାଟନ କଲେ ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ସରକାରରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସମ୍ଭବ ହୋଇପାରିଛି । ସେହିପରି ସାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ବିକାଶମୂଳକ କାର୍ଯ୍ୟ ମାହାଙ୍ଗା ବ୍ଳକ ମାହାଙ୍ଗା ପଞ୍ଚାୟତକୁ ବୁଧବାର ଅପରାହ୍ନ ସମୟରେ ମାହାଙ୍ଗା ବିକାଶର କର୍ଣ୍ଣଧାର ବିଧାୟକ ପ୍ରତାପ ଜେନା ଗ୍ରସ୍ତ କରି ମାହାଙ୍ଗା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ପରୀକ୍ଷା କେନ୍ଦ୍ର ଓ ରୋଗୀ ପରିଚାରକ କେନ୍ଦ୍ରକୁ ଶୁଭ ଉଦ୍ଘାଟନ କରିଥିଲେ l ଏହି ଦୁଇ ପ୍ରକୋଷ୍ଠ ଖୋଲିବା ଦ୍ବାରା ସ୍ଥାନିୟ ଅଞ୍ଚଳର ବହୁ ଜନସାଧାରଣ ଚକ୍ଷୁ ପରୀକ୍ଷା କରିବା ସହିତ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସୁବିଧା ପାଇପାରିବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଗୋଷ୍ଠୀ ମୁଖ୍ୟ ଚିକିତ୍ସାଧିକାରୀ ରଶ୍ମୀ ବେହେରା, ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସୁସ୍ମିତା ଦାସ,ସରପଞ୍ଚ ବେବିନା ଜେନା ଙ୍କ ସମେତ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ବହୁ କର୍ମଚାରୀ, ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ l