ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟ ଚାରି ଗୋଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଏକ କିମା ଏକାଧିକ୍ ପୌରସଂସ୍ଥା ରହିଥିଲା । ଆମ୍ବାଭନା, ଭଟଳି ଓ ସୋହେଲା ବ୍ଲକ୍ କୁ ନେଇ ଗଠିତ ଭଟଲି ନିର୍ବାଚନ ମଣ୍ଡଳୀର ଲୋକେ ଦୀର୍ଘ ଦିନ ଧରି ସୋହେଲାକୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ଦେବାକୁ ଦାବି କରି ଆସୁଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇ ରହିଥିବା ସମସ୍ତ କ୍ରାଇଟରିଆକୁ ପୂର୍ଣ୍ଣ କରୁଥିବା ସୋହେଲାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଜ୍ଞାପତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରାଯିବା ପରେ , ସୋହେଲା ଅଞ୍ଚଳ ର ସମସ୍ତଙ୍କର ଭିତରେ ଖୁସିର ଲହରୀ ଖେଳିଯାଇଛି । ସୋହେଲା ବାସୀ ପାଇଁ ଥିଲା ଆଜି ଏକ ସ୍ମରଣୀୟ ଦିନ। ବହୁତ ଦିନରୁ ସୋହେଲାବାସି ଯେଉଁ ଦାବି କରି ଆସୁଥିଲେ ଆଜି ତାହା ବିଧାୟକ ସୁଶାନ୍ତ ସିଂହ ପ୍ରଚେଷ୍ଠା ଯୋଗୁଁ ପୂର୍ଣ୍ଣ ହୋଇ ପାରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋହେଲା କୁ NAC କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇବା ସହ ବିଧାୟକ ଙ୍କୁ ସ୍ଥାନୀୟ ଦୁର୍ଗା ପୂଜା କମିଟି ତଥା ସୋହେଲା ବାସୀ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଆଜି ସୋହେଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଏକ ଦଳ ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ସାକ୍ଷାତ କରି ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ଦଳରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଶ୍ରୀ ଟଙ୍କଧର ଝାଙ୍କର, ଶ୍ରୀ ଅନିଲ ପ୍ରଧାନ, ଶ୍ରୀ ନଥୁରାମ ଅଗ୍ରୱାଲ, ଶ୍ରୀ ଗୋବିନ୍ଦ ସାହୁ, ଶ୍ରୀ ଗଣତନ୍ତ୍ର ପ୍ରଧାନ, ଶ୍ରୀ ରମାକାନ୍ତ ସାହୁ, ଶ୍ରୀ ବୁଲୁ ପରୁଆ ପ୍ରମୁଖ ବ୍ୟକ୍ତି ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବିଧାୟକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.