(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ ଜଳେଶ୍ୱରପୁର ପଞ୍ଚାୟତରେ ବହୁ ଉନ୍ନତିମୂଳକ ପ୍ରକଳ୍ପ ମୁଖ୍ୟଅତିଥି ମାହାଙ୍ଗା ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ଶୁଭ ଶିଳାନ୍ୟାସ ଓ ଉଦ୍ଘାଟିତ ହୋଇଯାଇଛି l ପଞ୍ଚାୟତର ହଜାର ହଜାର ଜନସାଧାରଣ ବିଧାୟକ ଶ୍ରୀ ଜେନାଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ସଭାସ୍ଥଳକୁ ପାଛୋଟି ନେଇଥିଲେ l ପରେ ପରେ ବିଧାୟକ ଶ୍ରୀ ଜେନା ଅଳିଯୋଡ଼ା ଠାରୁ ପଶୁଲୁଣ୍ଡା ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତାର ଶୁଭ ଶିଳାନ୍ୟାସ, ଅଳିଯୋଡ଼ା ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ ଏବଂ ଗଙ୍ଗପୁରା ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ପଞ୍ଚାୟତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ସରପଞ୍ଚ ସୁଜାତା ମଲିକ, ସମିତିସଭ୍ୟା ରେବତୀ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସାଇଁ, ଜିଲ୍ଲାପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ପୂର୍ଣ୍ଣଚନ୍ଦ୍ର ସାଇଁ, ରିୟାଜୁଲ ହୋଦା, ବିଧାୟକଙ୍କ ବ୍ୟକ୍ତିଗତ ସହଯୋଗୀ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ସୁବାଷ ଜେନା,ଭବାନୀଶଙ୍କର ସାମଲ, ପଞ୍ଚାୟତ ବିଜେଡ଼ି ସଭାପତି ଗୌରାଙ୍ଗଚରଣ ସାଇଁଙ୍କ ସମେତ ବହୁ ବିଜେଡ଼ି କର୍ମୀ, ଶିକ୍ଷାବିତ୍, ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.