୩କୋଟି ୨୫ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଯାଉଥିବା ବରାହିପୁର ଦେବରିଓ-କେଉଟଖଣ୍ଡି ସେତୁର ଶିଳାନ୍ୟାସ କଲେ ବିଧାୟକ ପ୍ରତାପ ଜେନା l

0 2

 (ମାହାଙ୍ଗା-ଶାସକ ପ୍ରଶାସକ): ପର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ୨୦୦୯ ମସିହା ଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ଵ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିକାଶମୂଳକ କାର୍ଯ୍ୟ ମାହାଙ୍ଗା ଅଞ୍ଚଳରେ ଶତଗୁଣିତ ହୋଇପାରିଛି । ଶିକ୍ଷା ହଉ କି ସାସ୍ଥ୍ୟ, ଗମନାଗମନ ହେଉକି ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ହେଉ ସବୁ ଦିଗରେ ବିକାଶ ହୋଇପାରିଛି । ସେହିପରି ଆଏ ଏକ ବିକାଶର ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି ମାହାଙ୍ଗା ବ୍ଳକ ବରାହିପୁର ଗ୍ରାମ ପଞ୍ଚାୟତରେ l ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୩କୋଟି ୨୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଦେବରିଓ -କେଉଟଖଣ୍ଡି ସେତୁ ନିର୍ମାଣ ହେବାକୁ ଯାଉଛି l ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟଅତିଥି ବିଧାୟକ ପ୍ରତାପ ଜେନା ବୁଧବାର ଦିନ ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ବିଧାୟକ ଶ୍ରୀ ଜେନାଙ୍କୁ ଏକ ବିଶାଳ ବାଇକ ରାଲି ଦ୍ବାରା ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ବିଧାୟକ ଶ୍ରୀ ଜେନା ଏକ ସଭାରେ ପ୍ରକାଶ କରିଥିଲେ କି ଏହି ସେତୁ ମାହାଙ୍ଗା ଏବଂ ବାଲିଚନ୍ଦ୍ରପୁର କୁ ଯୋଡ଼ିବା ପାଇଁ ମୁଖ୍ୟ ସେତୁ ଅଟେ, ଏହି ସେତୁ ହେବା ଦ୍ବାରା ସ୍ଥାନୀୟ ଆଖ ପାଖ ଅଞ୍ଚଳର ବହୁ ପଞ୍ଚାୟତବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ପଞ୍ଚାୟତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ଯକ୍ଷ ସତ୍ୟନାରାୟଣ ମହାନ୍ତି, ପଞ୍ଚାୟତ ବିଜେଡ଼ି ସଭାପତି ଧିରେନ୍ଦ୍ରନାଥ ସାଇଁ, ସରପଞ୍ଚ ରଶ୍ମିତା ସାଇଁ, ସମିତିସଭ୍ୟା ଅନ୍ନପୂର୍ଣ୍ଣା ସାହୁ, ଜିଲ୍ଲା ପରିଷଦ ସୁସ୍ମିତା ଦାସ,ଜଗବନ୍ଧୁ ସେଠୀ, ପୂର୍ଣ୍ଣଚନ୍ଦ୍ର ସାଇଁ,ରିୟାଜୁଲ ହୋଦା,ବିଧାୟକଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ଵାଳ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ,ବିଜେଡ଼ି ନେତା ଜନ୍ମେଜୟ ସାହୁ, ସମାଜସେବୀ ନରେନ୍ଦ୍ରନାଥ ଖଟୁଆ, କାଳନ୍ଦିଚରଣ ଖଟୁଆ,ହରେକୃଷ୍ଣ ଜେନା, ଅଶୋକ କୁମାର ଖଟୁଆ, ପ୍ରଶାନ୍ତ ଜେନା, ଗଦାଧର ଦାସ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଗ୍ରମବାସୀ, ବିଜେଡ଼ି କର୍ମୀ ଯୋଗଦାନ କରିଥିଲେ l

Leave A Reply

Your email address will not be published.