ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଆଜି ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମାରାଥନ ଗସ୍ତ କରି ୭ ପ୍ରକଳ୍ପ ର ଶୁଭ ଉଦଘାଟନ କରିବା ସହ ୨୬୪ ଜଣ ଭୂମିହୀନ ଙ୍କୁ ଘରବାରୀ ପଟ୍ଟା ପ୍ରଦାନ କରିଛନ୍ତି। ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟ ରେ ୫ ଟି ଅନ୍ତର୍ଗତ ୫୦ ଲକ୍ଷ ବ୍ୟୟରେ ସ୍ମାର୍ଟ ଶ୍ରେଣୀ ଗୃହ ସାଙ୍ଗକୁ ବାଳିକା ବିଶ୍ରାମ ଗୃହ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୫୦ ଲକ୍ଷ ବ୍ୟୟରେ ରୂପାନ୍ତରଣ ର ଶୁଭ ଉଦଘାଟନ , ମେଦନା ରୋଡ ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ଗୋଷ୍ଠୀ କେନ୍ଦ୍ର ଓ ମିଶନ ଶକ୍ତି ଗୃହ ର ଶୁଭ ଉଦଘାଟନ, ଜଗନ୍ନାଥ ମନ୍ଦିର ଓ ପରଜା ସମାଜ ର ଭୋଗ ମଣ୍ଡପ ର ଶୁଭ ଉଦଘାଟନ କରିଥିଲେ। ଡୁମୁଣି ଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୬୭ ଭୂମିହୀନ ଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ। ସେହିପରି କୋଇଲାରି ଠାରେ ୧୯୭ ଜଣ ଗରିବ ଭୂମିହୀନ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ଡାବୁଗାଁ ସଦର ରେଭିନ୍ୟୁ ସାହିରେ ପାନୀୟ ଜଳ ସମସ୍ୟା ହେଉଥିବା ନେଇ ମହିଳା ମାନେ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ। ନୁଆଗୁଡା ଓ ବସ ଷ୍ଟାଣ୍ଡ ପାନୀୟ ଜଳ ପ୍ରକଳ୍ପ ରୁ ପାଇପ ଯୋଗେ ପାଣି ଆସୁଥିଲେ ମଧ୍ୟ କେବଳ ନୁଆଗୁଡା ପାନୀୟ ଜଳ ପ୍ରକଳ୍ପ ରୁ ସାହିର କିଛି ଅଞ୍ଚଳ ରେ ପାଣି ଯୋଗାଣ ହେଉଥିବା ବେଳେ ବସ ଷ୍ଟାଣ୍ଡ ପ୍ରକଳ୍ପ ରୁ ସାହିରେ ପାଇପ ବିଛା ଯାଇଥିଲେ ସୁଦ୍ଧା ଟୋପାଏ ପାଣି ଆସୁ ନ ଥିବା ମହିଳା ମାନେ ଅଭିଯୋଗ କରିଥିଲେ। ସାହି ମଧ୍ୟରେ ତିନୋଟି ବିଦ୍ୟୁତ୍ ପୋଲ ର ଆବଶ୍ୟକ ଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ରନ୍ଧାରି ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ। ଡାବୁଗାଁ ବିଧାୟକ ଙ୍କ ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ଡଙ୍ଗରି ଗୁଡା ସରପଞ୍ଚ ରାମ କୁମାର ଗଣ୍ଡ, ବ୍ଲକ ବିଜେଡି ଯୁବ ସଭାପତି ଟି ଜଗୁନୁ ବାବୁ, ବିଜେଡି ଜୋନ ୨ ପ୍ରମୁଖ ଶିବ ପ୍ରସାଦ ମିଶ୍ର, ପୂର୍ବତନ ଡାବୁଗାଁ ସରପଞ୍ଚ ଜି ପ୍ରକାଶ ରାଓ, ପେଦା ବାବୁ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post