ଭବାନୀପାଟଣା ତା : 13.03.2024:- ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ 2024 ନିମନ୍ତେ ବିଭିନ୍ନ ଟିମ୍ର ଗଠନ ଓ କାର୍ଯ୍ୟପ୍ରସ୍ତୁତି ଉପରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଜିଲ୍ଲାପାଳଙ୍କ ବାସଗୃହ ସମ୍ମିଳନୀ କକ୍ଷରେ ଗତକାଲି 12.03.2024 ରେ ଅନୁଷ୍ଠୀତ ହୋଇଯାଇଛି । ବିଭିନ୍ନ ଟିମ୍ ରେ ନିୟୋଜିତ ନୋଡାଲ ଅଧିକାରୀ ଓ ସହଯୋଗୀ ଅଧିକାରୀମାନଙ୍କୁ ନିର୍ବାଚନକୁ ସ୍ଵଚ୍ଛ , ଦୁର୍ନୀତୀମୁକ୍ତ ଓ ନିରପେକ୍ଷ କରିବା ପାଇଁ ସମସ୍ତେ ଯତ୍ନ ସହ କୌଣସି ଭୁଲ ତୃଟିକୁ ଅଣଦେଖା ନକରି ଦାୟିତ୍ଵସହ କାର୍ଯ୍ୟ ତୁଲାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମାନବ ସମ୍ବଳ ପରିଚାଳନା କମିଟି , ଟ୍ରେନିଂ ପରିଚାଳନା କମିଟି, ମେଟେରିଆଲ ପରିଚାଳନା କମିଟି, ଟ୍ରାନ୍ସପୋର୍ଟ ପରିଚାଳନା , ଆଇଟି ଓ କମ୍ପ୍ୟୁଟାରିଜେସନ , ସ୍ଵୀପ, ମୋଡେଲ କୋଡ ଅଫ କଣ୍ଡକ୍ଟ , ଖର୍ଚ୍ଚ ସର୍ବେକ୍ଷଣ କମିଟି , ଏମ.ସି.ଏଏମ.ସି କମିଟି , ଇଲେକ୍ଟରାଲ ରୋଲ , ଭୋଟର ହେଲ୍ପଲାଇନ କମିଟିର ନୋଡାଲ ଅଧିକାରୀ ଓ ସହଯୋଗୀ ଅଧିକାରୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ)ତନ୍ମୟ କୁମାର ଦରୱାନ ,ଅତିରକ୍ତ ଜିଲ୍ଲାପାଳ ( ରେଭିନ୍ୟୁ ) ତ୍ରିଲୋଚନ ପାତ୍ର , ଉପଜିଲ୍ଲାପାଳ ଧର୍ମଗଡ ଧୀମନ ଚକମା , ଉପଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ଵଜିତ ଦାସ , ସି.ଡି.ଓ ଜିଲ୍ଲାପରିଷଦ କଳାହାଣ୍ଡି ଦୟାମୟ ପାଢୀ ଙ୍କ ସହ କମିଟି ସହ ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.