https://youtu.be/ADPWy9gRbnY
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ପରିସରରେ ବ୍ଲକ ବିଡିଓ ବିଶ୍ଵରଞ୍ଜନ ବିଶ୍ଵାସ ଙ୍କ ସଭାପତିତ୍ବରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ, ନୂତନ ବି.ଏସ୍.କେ.ଓ୍ବାଇ ନବୀନ କାର୍ଡ଼ ଓ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି 93 ଜଣ ବୃଦ୍ଧା ବୃଦ୍ଧ ଦିବ୍ୟାଙ୍ଗଙ୍କୁ ନୂତନ ଭତ୍ତା ପ୍ରଦାନ, ନିର୍ମାଣ ଶ୍ରମିକ ଯୋଜନାରେ 907 ଜଣଙ୍କୁ 5 କୋଟି 93 ଲକ୍ଷ ଟଙ୍କା ବିଭିନ୍ନ ପ୍ରକାର ସହାୟତା ପ୍ରଦାନ ,730 ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ଲେବର କାର୍ଡ ପ୍ରଦାନ, 2270 ଜଣଙ୍କୁ ବିଏସକେୱାଇ ନବୀନ କାର୍ଡ ପ୍ରଦାନ, 10ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ 5 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରିଥିଲେ l ସେହିପରି ଭାବେ ଅଙ୍ଗନଓ୍ବାଡି କର୍ମୀ, ଆଶା ଓ ସହାୟିକାମାନଙ୍କ ଦରମା ବୃଦ୍ଧି ହୋଇଥିବାରୁ ସମସ୍ତ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ଶ୍ରମ କମିଶନର ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଫିସର ପ୍ରୀତିବନ୍ଧନ ଘଡ଼େଇ, ସିଡିପିଓ ପ୍ରମୋଦିନୀ ଦାଶ, ସହକାରୀ ଶ୍ରମ ଅଧିକାରୀ ମୋୖସୁମୀ ପାତ୍ର, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ,ସଭ୍ୟ ପୃର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠି,ରିୟାଜୁଲ ହୋଦା, ସମାଜସେବୀ ଅମୀୟ ନାୟକ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ, ଏସଏଚଜି ମହିଳା, ଅଙ୍ଗନଓ୍ବାଡି କର୍ମୀ, ଆଶା ଓ ସହାୟିକା କର୍ମୀ ଙ୍କ ସମେତ ମାହାଙ୍ଗା ବ୍ଲକ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l