ମହିଳା ସ୍ନାତକ ମହାବିଦ୍ୟାଳୟରେ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଆନୂକୁଲ୍ୟରେ ବି.ଆଇ.ଏସ୍. ତରଫରୁ ଏକ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀ ଲଳିତ ଦାସ ଏବଂ ଶ୍ରୀ ବୃନ୍ଦାବନ ମୁରୁଡି ଏହି କାର୍ଯ୍ୟକ୍ରମର ପ୍ରତିନିଧି ବା ରିସୋର୍ସ ପ୍ରତିନିଧି ଭାବେ ଯୋଗ ଦେଇ ଉପସ୍ଥିତ ଥିବା ୩୦ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜଣେ ଗ୍ରାହକ ହିସାବରେ କ୍ରୟ କରୁଥିବା ପ୍ରତ୍ୟେକ ବସ୍ତୁରେ ବି.ଆଇ.ଏସ୍. ମାର୍କ ବା ଚିହ୍ନର ଗୁରୁତ୍ବ କଣ ଏବଂ କିଭଳି ନିଜର ଅଧିକାର ସଂପର୍କରେ ସଚେତନ ହେବ ସେ ବିଷୟରେ ଆଲୋକପାତ କରିଥିଲେ।
ସର୍ବମୋଟ ୩୦ ଜଣ ଛାତ୍ରୀ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ପ୍ରତ୍ୟେକ ଛାତ୍ରୀ ୩୦ ଜଣ ବ୍ୟକ୍ତି ବିଶେଷଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରିବା ପାଇଁ କୁହାଯାଇଥିଲା। ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଭଲ ବାର୍ଭା ବୋଲି ଅଧ୍ୟକ୍ଷା ଡଃ ରୀନା ସାହୁ ନିଜ ମତ ରଖିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମେଣ୍ଟର ଡଃ ଭାରତୀ ପାଣିଗ୍ରାହୀ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.