ଶାଳଜଙ୍ଗ ପଞ୍ଚାୟତର ଅନ୍ଧୋଟି ଗ୍ରାମରେ ରଶ୍ମିତା ଦାସଙ୍କ ସରକାରଙ୍କ ଠାରୁ ସହାୟତା ଦାବି

0 1

ଜଗତସିଂହପୁର,ତା-୧୨.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ପଞ୍ଚାୟତର ଅନ୍ଧୋଟି ଗ୍ରାମରେ ରଶ୍ମିତା ଦାସଙ୍କ ଘର l ପରିବାର ସଦସ୍ୟହେଉଛନ୍ତି ଶାଶୁ ଶାନ୍ତି ଭୋଇ ବୟସ ୭୫, ଶଶୁର ରବୀନ୍ଦ୍ର ଭୋଇ ୮୫ ଗୋଟିଏ ପୁଅ ଓ ସ୍ୱାମୀ ନିଲୁ ଭୋଇଙ୍କୁ ନେଇ ରଶ୍ମିତାଙ୍କର ସଂସାର l ହେଲେ ରୋଜଗାର କରିବାକୁ କେହି ସକ୍ଷମ ନୁହଁନ୍ତି କାରଣ ଶାଶୁ, ଶଶୁରଙ୍କ ବୟସକୁ ଦେଖିଲେ ସତେ ଖଟି ପାରିବା ଭଳି ଜଣା ପଡୁନାହାନ୍ତି l ନିଜ କାମ କରିବାକୁ ସେମାନେ ଅକ୍ଷମ ପୁଣି ରୋଜଗାର କରି ଘର ଚଳାଇବେ କେମିତି l ରଶ୍ମିତା ଜଣେ ଛୋଟାଲୋକ, ଶାରରିକ ଅକ୍ଷମତା କାରଣରୁ ବାହାରେ ଖଟି ମୂଲ ଆଣିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବପର ନୁହେଁ l ସ୍ୱାମୀ ନିଲୁ ଭୋଇ କାହିଁ ୧୦ ବର୍ଷ ହେବ କୁଆଡେ ଯାଇଛନ୍ତି କାମ କରିବାକୁ ତାଙ୍କୁ ଜଣାନାହିଁ l କେତେବେଳେ କେମିତି ପଇସା ପଠାନ୍ତି l ରଶ୍ମିତାଙ୍କର ଶାରୀରିକ ଅକ୍ଷମତା କାରଣରୁ ଯେଉଁ ଭର୍ତ୍ତା ଟଙ୍କା ମିଳେ ସେ ସମୁଦ୍ରକୁ ଶଙ୍ଖେ ହଉନି l ବେଳାଏ ଖାଇଲେ ବୋଧେ ଆଉ ଏକ ବେଡା ତାଙ୍କୁ ଉପାସରେ କାଟିବାକୁ ପଡିଥାଏ l ଘର କଥା ନ କହିବା ଭଲ l ଅସରାଏ ବର୍ଷାରେ ଘରେ ପଶିଯାଏ ପାଣି l ଆକୁଳ ବିକଳରେ ପଡିଶା ଘରେ କାଟିବାକୁ ପଡିଥାଏ ଜୀବନକୁ l ଛୋଟପୁଅ ଓ ଶାଶୁ ଶଶୁରକୁ ନେଇ ସେ କୁଆଡେ ଯିବେ କିଛି ଭାବିପାରୁନାହାନ୍ତି l ନା ତାଙ୍କର ରାସନ କାର୍ଡ ଅଛି ନା କିଛି ସରକାରୀ ସୁବିଧା l ମାସିକ ୫୦୦ ଟଙ୍କା ତାଙ୍କର ୪ଜଣ ଜୀବନକୁ ରଖିଛି l ଆ ତା ଘରେ ମାଗି ନିଜର ଭୋକକୁ ମେଣାଇଥାନ୍ତି l ପଲିଥିନ ଘେରା ଘରେ ଦଳିତ ପରିବାରର କଟୁଛି ଜୀବନ l ସରକାରୀ ସହାୟତାରୁ ବଂଚିତ ଏହି ପରିବାର l ଦେଖିଲେ ଯେମିତି ଜଣା ପଡୁଛି ଦାରିଦ୍ରତା କଷାଘାତରେ ବାସ୍ତବ ଚିତ୍ର l ଏହି ଦଳିତ ପରିବାରଟି ପ୍ରଶାସନ ପାଖରୁ ଆର୍ଥିକ ସହାୟତା ସହିତ ଏକ ଘର ଓ ରାସନକାର୍ଡ ଗରିବଙ୍କ ପାଇଁ ଯାହାବି ସରକାରୀ ଯୋଜନା ଅଛି ସେଥିରେ ରଶ୍ମିତା ତାଙ୍କର ନାମ ରଖାଯାଉ ବୋଲି ଏହି ପରିବାର ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି l

Leave A Reply

Your email address will not be published.