ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଡ଼ଃ ବିଭୁ ରଞ୍ଜନ ପଟ୍ଟନାୟକ

0 2

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଡ ବିଭୁ ରଞ୍ଜନ ପଟ୍ଟନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ଵ ରେ ଥିବା ଡ଼ ସମ୍ପାଦିକା ମହାନ୍ତି ଡ ପଟ୍ଟନାୟକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସଞ୍ଜୀବ କୁମାର ମହାନ୍ତି ସଭାପତିତ୍ବ ଓ ଭାରପ୍ରାପ୍ତ ଅଧ୍ୟକ୍ଷା ଡ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଡ ସୁମନ ଦତ୍ତ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଜ୍ୟୋତି ଦୁଲରସା ଟେଟେ, କାଶୀନାଥ ପଣ୍ଡା,ସମାଜସେବୀ ପ୍ରଶାନ୍ତ ସେଠୀ, ଅଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡା, ଅଧ୍ୟାପକ ସୁନିଲ କୁମାର ବିଶି, ଅଧ୍ୟାପକ ତନ୍ମୟରାଜ ପାଢ଼ୀ, ଅଧ୍ୟାପକ ଡ ଦିବ୍ୟେନ୍ଦୁ ପଣ୍ଡା, ଦେବାଶିଷ ବେହେରା ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ଅଧ୍ୟକ୍ଷ ଡ ପଟ୍ଟନାୟକଙ୍କୁ ସ୍ବାଗତ କରିବା ସହ ତାଙ୍କ ଦାୟିତ୍ଵରେ ମହାବିଦ୍ୟାଳୟର ଉନ୍ନତି ଚରମ ସୀମାରେ ପହଞ୍ଚିବ ବୋଲି ଆଶାବ୍ୟକ୍ତ କରିଥିଲେ। ଦାୟିତ୍ଵ ଗ୍ରହଣ କରିଥିବା ଅଧ୍ୟକ୍ଷ ଡ ପଟ୍ଟନାୟକଙ୍କ ସମସ୍ତଙ୍କର ଆସ୍ଥାଭାଜନ ସହ ସହଯୋଗ, ଗଠନ ମୂଳକ ପ୍ରସ୍ତାବ ଦେବାପାଇଁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀ ମହାନ୍ତି ଆଇନ ମହାବିଦ୍ୟାଳୟର ଇତିବୃତି ସହ ସତ୍ୟବାଦୀତା, ଏକାଗ୍ରତା, ପ୍ରତିବଦ୍ଧତା, କଠିନ ପରିଶ୍ରମ, ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ସଦସ୍ୟ ସର୍ବଶ୍ରୀ ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ, ଅନିତା ଜେନା, ନନ୍ଦକିଶୋର ମହନ୍ତ, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ, ନିତ୍ୟାନନ୍ଦ ବିଶୋଇ ଙ୍କ ସହ ନୂତନ ଅଧ୍ୟକ୍ଷ ଭାବ ବିନିମୟ ସହ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀଗୃହ ଓ ଆନୁସଙ୍ଗିକ ବ୍ୟବସ୍ଥା କୁ ନିରିକ୍ଷଣ କରିଥିଲେ। ଶେଷରେ ଡ ପ୍ରଜ୍ଞା ପରମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.