ଗମନାଗମନ ସୁବିଧା ପାଇଁ ସୁକରପଡ଼ାରେ ନୂତନ ସେତୁ ଶିଳାନ୍ୟାସ କଲେ ବିଧାୟକ ପ୍ରତାପ ଜେନା l

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ନିକଟରେ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨ କୋଟି ୧୫ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଯାଉଥିବା ସୁକରପଡ଼ା ଠାରୁ ପ୍ରହରାଜପୁର ରାସ୍ତାର ପାଟନାଳୀ ଉପରେ ବିଜୁ ସେତୁ ଯୋଜନାରେ ନୂତନ ସେତୁର ଶୁଭ ଶିଳାନ୍ୟାସ ହୋଇଯାଇଛି । ଏହି ସେତୁ ଏବଂ ରାସ୍ତା ହେବା ଦ୍ଵାରା ସ୍ଥାନୀୟ ଆଖପାଖ ଅଞ୍ଚଳର ବହୁ ପଞ୍ଚାୟତ ବାସୀ ଗମନାଗମନା କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ସରପଞ୍ଚ ମନୋଜ କୁମାର ମଲିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା,ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ସମାଜସେବୀ ଜ୍ୟୋତିପ୍ରକାଶ ସାଇଁ,ମୃତ୍ୟୁଞ୍ଜୟ ସାଇଁ, ଯୁବନେତା କଲାମ ଖାଁ,ମନୋଜ ସେଠୀ,ପ୍ରମୋଦ ସାଇଁ,ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲିକ, ଜିଲ୍ଲାପରିଷଦ ସଭ୍ୟ ବିପ୍ଲବ କାପ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମୁରବୀ,ମହିଳା ଏବଂ ବିଜୁ ଜନତା କର୍ମୀମାନେ ଯୋଗଦାନ କରିଥିଲେ । ସେହିପରି ଏକ କ୍ରିକେଟ ଖେଳରେ ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଚମ୍ପିୟନ ଏବଂ ରନର୍ସଅପ ଟିମକୁ ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.