ରାଉରକେଲା, (ବସନ୍ତ କୁମାର ଜେନା):ପ୍ରଗତି ଉତ୍କଳ ସଂଘ ଏବଂ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ଏବଂ କାବ୍ୟ ସନ୍ଧ୍ୟା ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ପ୍ରଗତି ଉତ୍କଳ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଅଛି।ମୁଖ୍ୟ ଅତିଥି ରୂପେ ସହର ସେବା ଓ ସିଏସ୍ଆର୍ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ,ମୁଖ୍ୟବକ୍ତା ରୂପେ ଅଧ୍ୟାପକ ଡ଼ ଅଶ୍ବିନୀ କୁମାର ରାୟ ଏବଂ ସାହିତ୍ୟ ସନ୍ଧ୍ୟାର ସ୍ବତନ୍ତ୍ର ଅତିଥି ରୂପେ ଭରତ ଭୂଷଣ ମହାନ୍ତି ଯୋଗଦାନ କରିଥିଲେ।ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଅତିଥି ମାନଙ୍କର ପରିଚୟ ପୂର୍ବକ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ସ୍ବାଗତ କରିଥିଲେ। ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ତାଙ୍କର ପ୍ରାରମ୍ଭିକ ଅଭିଭାଷଣ ସହିତ ଉନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ
ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ପର୍ଯ୍ୟନ୍ତ ଭାଷା ସାହିତ୍ୟର କ୍ରମବିକାଶର ଧାରା ସମ୍ପର୍କରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।ମୁଖ୍ୟଅତିଥି ଶ୍ରୀ ସ୍ବାଇଁ ପାଠକୀୟ ସହୃଦୟତା ଓ ସାହିତ୍ୟାନୁରାଗ ହିଁ ଭାଷା ଶକ୍ତିଶାଳୀ କରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ।
ମୁଖ୍ୟବକ୍ତା ଡଃ ରାୟ ଧ୍ବନି ତତ୍ତ୍ଵ ଓ ଶବ୍ଦ ସମ୍ଭାର ସମ୍ପର୍କରେ ଆଲୋକପାତ କରି ଓଡ଼ିଆ ଭାଷାର ପ୍ରାଚୀନ ଓ ସାମ୍ପ୍ରତିକ ରୂପ ସମ୍ପର୍କରେ ଆଲୋଚନା କରି ଓଡ଼ିଆ ଭାଷାର ମୌଳିକତାକୁ କିପର ଅକ୍ଷୁର୍ଣ୍ଣ ରଖାଯାଇ ପାରିବ, ତତ୍ ସମ୍ପର୍କରେ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି
ଶ୍ରୀ ମହାନ୍ତି ସମସ୍ତ ପ୍ରକାର ହୀନମନ୍ୟତାକୁ ପରିହାର କରି ଓଡ଼ିଆ ଭାଷାରେ କଥାବାର୍ତ୍ତା ସହିତ ପରିବାର ଭିତରେ ସମସ୍ତେ ମାତୃଭାଷାରେ କଥାବାର୍ତ୍ତା କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀ ପତି ସମସ୍ତ ଆଲୋଚନାର ସମୀକ୍ଷା ପୂର୍ବକ ଲିଖନ – ପଠନ-କଥନ , ଅଭିଭାବକମାନଙ୍କ ପ୍ରୋତ୍ସାହନ , ଗଣମାଧ୍ୟମରେ ଶୁଦ୍ଧ ଓଡ଼ିଆ ଭାଷାର ପ୍ରୟୋଗ,ଅନ୍ୟ ଭାଷା ଠାରୁ ଧାର ନ ଆଣି ଓଡ଼ିଆ ବିକଳ୍ପ ଶବ୍ଦର ବ୍ୟବହାର , ପାଠ୍ୟ ଖସଡ଼ା ପ୍ରସ୍ତୁତ ସମୟରେ ବୟସ ଓ ଶ୍ରେଣୀ ଅନୁଯାୟୀ ଆନନ୍ଦ ଦାୟକ ବିଷୟ ନିର୍ବାଚନ, ଭାଷା ଆଇନର ଠିକଣା ଭାବରେ ପ୍ରୟୋଗ, ଅଧିକ ଆଲୋଚନା ଚକ୍ର, ସାହିତ୍ୟ ସଂପାନ, ସରକାରୀ ବେସରକାରୀ ସବୁ ପ୍ରତିଷ୍ଠାନରେ ପେଟପାଟଣାର ଭାଷା ରୂପେ ମାତୃଭାଷାକୁ ବ୍ୟବହାର କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କ୍ଷେତ୍ରରେ ସରକାରୀ ତତ୍ପରତା ଓ ଜନସାଧାରଣଙ୍କ ସହଯୋଗିତା ସମ୍ପର୍କରେ ଆଲୋଚନାର ନିର୍ଯ୍ୟାସ ଉପସ୍ଥାପନ କରିଥିଲେ। ରଶ୍ମୀ ସାହୁଙ୍କ ସଂଯୋଜନାରେ ଅଶୋକ କୁମାର ପଟ୍ଟନାୟକ, ରବୀନ୍ଦ୍ର ମହାନ୍ତି,ସୂର୍ଯ୍ୟସ୍ନାତା ପାଇକରାୟ, ଉପେନ୍ଦ୍ର କୁମାର ବସ୍ତିଆ, ତାରିଣୀ ଚରଣ ସାହୁ, କାଶୀନାଥ ନନ୍ଦୀ, ପ୍ରତାପ କୁମାର ପଣ୍ଡା,ଶରତ ଚନ୍ଦ୍ର ପଣ୍ଡା, ସଞ୍ଜୀବ ଭୋଇ,ଅଜୟ କୁମାର ମହାନ୍ତି, ସତ୍ୟନାରାୟଣ ଦାଶ୍, ଧୋବେଇ ବେହେରା, ଅର୍ଚ୍ଚନା ପାତ୍ର ଏବଂ ରଶ୍ମି ସାହୁ ପ୍ରମୁଖ କାବ୍ୟ ସନ୍ଧ୍ୟାକୁ କବିତାମୟ କରିଥିଲେ।ପରିଶେଷରେ ପ୍ରଗତି ଉତ୍କଳ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରାଧାମୋହନ ନାୟକ, ଡଃ ସୁମନ ଦତ୍ତ, ଚନ୍ଦ୍ରଶେଖର ପାଇକରାୟ , ପ୍ରସନ୍ନ କୁମାର ମହାନ୍ତି, ଇନ୍ଦ୍ରମଣି ମହାପାତ୍ର, ଲକ୍ଷ୍ମଣ ନାଥ ଦାସ, ପୀତବାସ ପ୍ରଧାନ, ପ୍ରବୀର କୁମାର ଦୁବେ, କିଶୋରୀ ମୋହନ କର, ଅଯୋଧ୍ୟା ନାଥ ଦାଶ, ନିହାର ରଞ୍ଜନ ଦାସ, ଅଶୋକ କୁମାର ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ ଓ ବିପିନ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.