ନତକାଇ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ l

0 1

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତକୁ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଙ୍ଗଳବାର ଦିନ ଗ୍ରସ୍ତ କରି କୃଷକମାନଙ୍କ ସୁବିଧା ପାଇଁ କୃଷକ କୃଷକ ପରାମର୍ଶ କେନ୍ଦ୍ରର ନୂତନ ଗୃହ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବାସୁଦେବଜୀଉ କମ୍ୟୁନିଟ୍ ସେଣ୍ଟରର ନୂତନ ଗୃହ, ମୁକୁନ୍ଦପୁର-୧ ନୂତନ ଅଙ୍ଗନୱାଡ଼ି ଗୃହ ଆଦି ବିକାଶମୂଳକ କାର୍ଯ୍ୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ସରପଞ୍ଚ ଜୟଦେବ ରାଉତ ଏବଂ ସମିତିସସଭ୍ୟା ସରସ୍ୱତୀ ରାଉତଙ୍କ ସଂଯୋଜନାରେ ଏକ ବିରାଟ ବାଇକ ରାଲି ଦ୍ୱାରା ବିଧାୟକ ଶ୍ରୀ ଜେନାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇ ଉକ୍ତ କାର୍ଯ୍ୟକ୍ରମକୁ ମହାସମାରୋହରେ ଅନୁଷ୍ଠିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଳକ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ଯୁବ ବିଜେଡ଼ି ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ସମାଜସେବୀ ଜ୍ୟୋତିପ୍ରକାଶ ସାଇଁ, ଯୁବନେତା ମନୋଜ ସେଠୀ, ପ୍ରମୋଦ ସାଇଁ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମୁରବୀ,ମହିଳା ଏବଂ ବିଜୁ ଜନତା କର୍ମୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.