(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ବିଜୁ ସାସ୍ୟୁ କଲ୍ୟାଣ ଯୋଜନାରେ ନବୀନ କାର୍ଡ଼ ବଣ୍ଟନ ଓ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ
ଭତ୍ତା ବଣ୍ଟନ କରିଛନ୍ତି l ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗ ଦେଇ ଯେଉଁ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୃକ୍ତି ହୋଇ ପାରିନଥିବାରୁ ମାଗଣା ସାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଥିଲେ ସେମାନେ ଏଥର ନବୀନ କାର୍ଡ଼ ଜରିଆରେ ବିଭିନ୍ନ ସାସ୍ଥ୍ୟ କେନ୍ଦ୍ରରେ ଉପଯୁକ୍ତ ସାସ୍ଥ୍ୟ ସେବା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଏହି ବ୍ଲକ ଅଧିନରେ ମୋଟ୍ ୧୭୫୧ ଟି ନୂତନ ଭାବେ ନବୀନ କାର୍ଡ଼ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫୦ ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟନ କରାଯାଇଛି । ଏହାଛଡ଼ା ୯୩ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାନ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜ୍ୟୋତିପ୍ରକାଶ ସାଇଁ, ଯୁବନେତା ମନୋଜ ସେଠୀ, ପ୍ରମୋଦ ସାଇଁ, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ବିପ୍ଲବ କାପ, ଭୂପତିଭୂଷଣ ଷଣ୍ଢଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.