ପ୍ରୋତ୍ସାହନ ରାଶି ବଢିବାରୁ ଅଙ୍ଗନୱାଡ଼ି ଆଶା କର୍ମୀ, ସହାୟିକା,ଏମବିକେ,ସିଆରପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ l
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ହିତାଧିକାରୀମାନଙ୍କର ପ୍ରୋତ୍ସାହନ ରାଶି ବଢିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୨୮୪ଜଣ ଅଙ୍ଗନୱାଡ଼ି କର୍ମୀ, ୨୬୫ ଜଣ ଅଙ୍ଗନୱାଡ଼ି ସହାୟିକା, ୧୯୪ ଜଣ ଆଶା କର୍ମୀ, ୨୫ଜଣ ବ୍ୟାଙ୍କ ମିତ୍ର (ଏମବିକେ), ୧୯୫ଜଣ ସିଆରପି ସଭ୍ୟା, ୬୩୧ଜଣ ପଞ୍ଚାୟତ ଫେଡ଼େରେସନ ସଭ୍ୟା ଙ୍କ ସମେତ ଅନ୍ୟାନ୍ୟ ବହୁ ହିତାଧିକାରୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କର ପ୍ରୋତ୍ସାହନ ରାଶିକୁ ବଢାଇବା ସହିତ ସେମାନଙ୍କର ଅବସରକାଳୀନ ରାଶିକୁ ମଧ୍ୟ ବର୍ଦ୍ଧିତ କରାଯାଇଥିବା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଏହି ପ୍ରରୀପେକ୍ଷୀରେ ବିଧାୟକ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଷଷ୍ଠଥର ପାଇଁ ପୁଣି ଗାଦିରେ ବସିବେ ସେ ନେଇ ସହଯୋଗ ଓ ଆର୍ଶିବାଦ ମଧ୍ୟ ଲୋଡ଼ିଥିଲେ। ଏହି ବ୍ଲକ ଅଧୀନରେ ବିଭିନ୍ନ ବିଭାଗରେ ବର୍ଦ୍ଧିତ ହାରରେ ପ୍ରୋତ୍ସାହନ ରାଶି ପାଇବାକୁ ଥିବା ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରିବା ସହିତ ବିଧାୟକ ଶ୍ରୀ ଜେନାଙ୍କୁ ସିଧାସଳଖ ଭାବେ ମାନପତ୍ର, ପୁଷ୍ପମାଲ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ ଜେନା, ସଡ଼ିପିଓ ସତ୍ୟଭାମା ବିଶୋଇ, ମିଶନଶକ୍ତି ବ୍ଲକର ସଂଘର ସଭାନେତ୍ରୀ କନକଲତା ଭୂୟାଁ, ସମ୍ପାଦିକା ସତ୍ୟଭାମା ନାୟକ, ବିପିଏମ୍ ତନୁଜା ସାହୁ ,ବିପିସି ଜ୍ୟୋତିରଂଜନ ସାହୁ,ବିପିଏ ଦୀପାଳୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।