ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ୩୩ ଜଣ ଲେଫ୍ଟ ଆଉଟ୍ ଗଣ ଶିକ୍ଷକ ନିୟମିତ ଶିକ୍ଷକ (ଏକ୍ସ କେଡର) ର ମାନ୍ୟତା ପାଇଛନ୍ତି। ଦୀର୍ଘ ୨୨ ବର୍ଷ ପରେ ଲେଫ୍ଟ ଆଉଟ ଗଣ ଶିକ୍ଷକ ନିୟମିତ ଶିକ୍ଷକ ର ମାନ୍ୟତା ପାଇବା ପରେ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଇଓ ଶିବ ଶଙ୍କର ମଣ୍ଡଳ, ସମ୍ମାନିତ ଅତିଥି ବିଆରସିସି ଭଗବାନ ମାଝୀ, ଏବିଇଓ ସନ୍ତୋଷ ସାହୁ, ଦେବରାଜ ଗୋପାଳ, ଜିଲ୍ଲା ମିଳିତ ଶିକ୍ଷକ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଡାବୁଗାଁ ବ୍ଲକ ମିଳିତ ଶିକ୍ଷକ ସଂଘ ସଭାପତି ବିକାଶ ରଞ୍ଜନ ନିଶଙ୍କ ପ୍ରମୁଖ ମଞ୍ଚାଷିନ ଥିଲେ। ଜିଲ୍ଲା ମିଳିତ ସିକ୍ଷ ସଂଘ ସଭାପତି ବ୍ଲକ ର ୩୩ ଜଣ ଲେଫ୍ଟ ଆଉଟ ଶିକ୍ଷକ ନିୟମିତ ହେବା ପରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ ଶେଷରେ ଦୀର୍ଘ ବର୍ଷର ପରିଶ୍ରମ ର ଫଳ ମିଳିଥିବା କହିଥିଲେ। ରାଜ୍ୟ ସରକାର ଶେଷରେ ଗଣ ଶିକ୍ଷକ ମାନଙ୍କ ନିଷ୍ଠା ଓ ତ୍ୟାଗ ର ପୁରସ୍କାର ଦେଇଛନ୍ତି ବୋଲି କହିଥିଲେ। ଦୀର୍ଘ ୨୨ ବର୍ଷ ଧରି ସ୍ୱଳ୍ପ ଦରମାରେ ପରିବାର ପୋଷଣ କରିବା କଷ୍ଟକର ବ୍ୟାପାର ଥିବା ବେଳେ ଲେଫ୍ଟ ଆଉଟ ଗଣ ଶିକ୍ଷକ ମାନେ ନିୟମିତ ର ଆଶା ବାନ୍ଧିଥିଲେ ବୋଲି କହିଥିଲେ। ଏହି ଅବସରରେ ବିଇଓ ଶିବ ଶଙ୍କର ମଣ୍ଡଳ ୩୩ ଜଣ ଲେଫ୍ଟ ଆଉଟ ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକ ର ଅର୍ଡର ପ୍ରଦାନ କରିଥିଲେ। ଏହି ସମୟରେ ଗଣ ଶିକ୍ଷକ ମାନେ ଭାବ ବିହ୍ବଳ ହେବା ସହ ଖୁସିରେ ଗଦ ଗଦ ହୋଇଯାଇଥିଲେ। କିଛି ଗଣ ଶିକ୍ଷକ ଖୁସିରେ ଆତସବାଜି ପ୍ରଦର୍ଶନ କରିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବାଣ୍ଟିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ଲେଫ୍ଟ ଆଉଟ ଗଣ ଶିକ୍ଷକ ସଂଘ ସଭାପତି ବିଶ୍ୱେଶ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରଞ୍ଜିତ ଗୁପ୍ତା, ଉପ ସଭାପତି ନିରାକାର ପ୍ରଧାନ, ସହ ସମ୍ପାଦକ ମନୋଜ ବିଶୋଇ, କୋଷାଧ୍ୟକ୍ଷ ବିଭୁଦତ୍ତ ବିଶୋଇ, ବାଦଲ ଜେନା, ଉମେଶ ପାତ୍ର, ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ, ତଥା ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.