ମାଁ ମାଣିକେଶ୍ବରୀ କ୍ଲବ ପକ୍ଷରୁ ପାଞ୍ଚଦିନିଆଁ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଅନୁଷ୍ଠିତ l

0 2

ଭବାନୀପାଟଣା( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅନ୍ତର୍ଗତ ଡେଣ୍ଡୋଗୁଡା ଠାରେ ଆଜି ମା ମାଣିକେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ କଶ୍ରୁପଡା ଓ ଶଙ୍କରମାଲ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା ଶଙ୍କରମାଲ ଟଚ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୮ ଓଭରରେ ୪ ୱକେଟ ହରାଇ ୯୪ ରନ କରିଥିଲେ ଜବାବରେ କଶ୍ରୁପଡା ଦଳ ୬ ୱକେଟ ହରାଇ ୮୯ ରନ କରିବାରେ ସକ୍ଷମ ହୋଇଥିଲେ ! ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଶଙ୍କରମାଲ ଏକା ଦଶ ଫାଇନାଲରେ ବିଜୟୀ ହୋଇ ଚାମ୍ପିୟାନ ହୋଇଥିଲା , ମା ମାଣିକେଶ୍ବରୀ କ୍ରିକେଟ କ୍ଲବ ଡେଣ୍ଡୋଗୁଡା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ହୋଇଥିଲା ଆୟୋଜକ କ୍ଲବ ର ସଭାପତି ଶରତ କରୁଆ ଓ ସମ୍ପାଦକ ଚୂଡ଼ାମଣି ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୟାବଧନରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା କ୍ଲବର ବରିଷ୍ଠ ସଦସ୍ୟ ବସନ୍ତ କରୁଆ, ନିଧି କରୁଆଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଟୁର୍ନାମେଣ୍ଟ ପରିଚାଳନା ସହଯୋକ କରିଥିଲେ ଆମ୍ପିଆର ଭାବରେ ନୀଲେଶ ତାଣ୍ଡି ମନୋଜ ତାଣ୍ଡି ଓ ବିରଞ୍ଚି ମାଝୀ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ବିଜୟ କୁମାର କରୁଆ ଫାଇନାଲ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟାକ ଦୁର୍ଗା ପ୍ରସାଦ ମହାନ୍ତି ଓ ସନ୍ନମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ତଥା ଆଦିବାସୀ ଯୁବନେତା ହରିଶଙ୍କର ମାଝୀ ଯୋଗ ଦେଇ ଚମ୍ପିୟାନ ଶଙ୍କରମାଲ କୁ ଟ୍ରଫି ସହ ନଗଦ ୧୫୦୦୦ ହଜାର ଟଙ୍କା ଓ ଉପ ବିଜେତା କଶ୍ରୁପଡା ଏକଦଶକୁ ଟ୍ରଫି ସହ ନଗଦ ୧୦୦୦୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ଏଥିରେ ମେନ ଅଫ ଦି ମ୍ୟାଚ ଓ ମେନ ଅଫ ଦି ସିରିଜ ଭାବରେ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା ଏହି ଟୁର୍ନାମେଣ୍ଟରେ ଯୁବକ ସଂଘର ସମସ୍ତ ସଦସ୍ୟ ଓ ଗ୍ରାମବାସିଙ୍କ ସମ୍ପୂର୍ଣ ସହଯୋଗ କରିଥିଲେ l

Leave A Reply

Your email address will not be published.