ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ଓଡ଼ିଶା ଜେଣ୍ଡର୍ ରିସୋର୍ସ ସେଣ୍ଟର ଓୟୁଏଟି ତରଫରୁ ଲିଙ୍ଗୀୟ ସମ୍ବେଦନଶୀଳତା ଉପରେ ଦିନିକିଆ କର୍ମଶାଳା ଆୟୋଜନ ହୋଇଯାଇଛି। ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ବରର ଉପନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର୍ ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ଜୀବନଜୀତ୍ ସେନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସରୋଜସତଦଳ ଫାଉଣ୍ଡେସନ ଟ୍ରଷ୍ଟ ର ମୁଖ୍ୟ ଶୁଭଶ୍ରୀ ପାଣିଗ୍ରାହୀ, ବ୍ୟାସ ଫାଉଣ୍ଡେସନ ର ମୁଖ୍ୟ ରଶ୍ମିତା ନାୟକ, ଜିଲ୍ଲା ସଂଯୋଜକ (ଜେଣ୍ଡର୍) ଜଗତସିଂହପୁର ପ୍ରିୟସ୍ମିତା ପ୍ରଧାନ , ବ୍ୟାସ ଫାଉଣ୍ଡେସନ ର ଉପସଭାପତି ସ୍ନେହମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଲିଙ୍ଗୀୟ ସମ୍ବେଦନଶୀଳତା କର୍ମଶାଳା ଉପରେ ଆଲୋକପାତ କରିଥିଲେ।କିଭଲି ଭାବେ ସମାଜରୁ ଲିଙ୍ଗୀୟ ଅସମାନତା କୁ ଦୂରେଇ ଲିଙ୍ଗଗତ ଭେଦଭାବ କୁ ଦୂରେଇ ରଖି ସମାଜ ର କଲ୍ୟାଣ କରି ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡଃ ଦ୍ୱାରିକା ମୋହନ ଦାସ କୃଷି ଜିବୀ ମହିଳା ମାନଙ୍କ ପାଇଁ ଉପଯୁକ୍ତ ଯନ୍ତ୍ରପାତି ବିଷୟରେ ଆଲୋଚନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ରୋଗ ପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା,ମତ୍ସ୍ୟ ବୈଜ୍ଞାନିକ ସରିତା ଦାସ ଓ ଉଦ୍ଭିଦ ସ୍ୱାସ୍ଥ୍ୟ ପରୀକ୍ଷା ଗାରର ସହାୟିକା ବିଜୟନୀ ସାହୁ ଆଦି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.