-
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ପ୍ରାୟ ୩୩,୪୨୦ ଜଣ କର୍ମଚାରୀ ଉପକୃତ
-
ଅବସର ପରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଏକକାଳୀନ ଯଥାକ୍ରମେ ୦୬ ଲକ୍ଷ ଓ ୦୪ ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ କେବଳ ଭିତ୍ତିଭୂମି ବିକାଶ ନୁହେଁ, ଶିକ୍ଷାଦାନ ପ୍ରଣାଳୀ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତିା ବିଭିନ୍ନ ସମୟରେ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ଏବଂ ଶିକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ବିଦ୍ୟାଳୟ ଶିକ୍ଷାର ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାର ତତ୍ପରତା ପ୍ରଦର୍ଶନ କରିଛନ୍ତିା ଏହି କ୍ରମରେ ଚଳିତ ଶିକ୍ଷାବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୩୭୧୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ଏବଂ ୪୫୨ ଜଣ କ୍ରୀଡ଼ା ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛିା ୮୯୦ ଜଣ ତାଲିମପ୍ରାପ୍ତ ସ୍ନାତକୋତ୍ତର ଶିକ୍ଷକ ପଦବୀ ଅଧୀନରେ ୮୦୮ ଜଣ ତାଲିମପ୍ରାପ୍ତ ସ୍ନାତକୋତ୍ତର ଶିକ୍ଷକ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟରତ
ଅଛନ୍ତିା ଏହା ସହ ଭାଷାଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତ ଜିଲ୍ଲାରେ ତୃତୀୟ ଭାଷାରେ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛିା ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ୨୦୬୪ ଜଣ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଅଦ୍ୟାବଧି ଜାରି ରହିଛିା ସେହିପରି ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୫୭୫ ଜଣ କନିଷ୍ଠ ଅଧ୍ୟପକଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛିା
ଶିକ୍ଷାର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୬୦ ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ସହ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛିା ଏହା ବ୍ୟତୀତ ପ୍ରାଥମିକ ଶିକ୍ଷକଙ୍କ ତାଲିକାକୁ ଅଧିକଫଳପ୍ରଦ କରିବା ପାଇଁ ବିଭିନ୍ନ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ଆନୁଷ୍ଠାନରେ ୧୦୪ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛିା ଶିକ୍ଷକମାନଙ୍କ ଦାବିକୁ ଯଥାର୍ଥ ମନେକରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରୁ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିସମାପ୍ତ କରିଛନ୍ତିା ନିକଟ ଅତୀତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୭୨୫ ଜଣ କନିଷ୍ଠ ସହାୟକ ମଧ୍ୟ ନିଯୁକ୍ତି ପାଇଛନ୍ତିା
ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛିା ମହିଳା କର୍ମଚାରୀଙ୍କୁ ମଧ୍ୟ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛିା ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯ ସଂସ୍କୃତ ଟୋଲ ଓ ୧୩୮ ମଦ୍ରାସାରେ କାର୍ଯ୍ୟରତ ପ୍ରାୟ ୩୩,୪୨୦ ଜଣ କର୍ମଚାରୀ ଉପକୃତହୋଇପାରିବୋ
ସେହିପରି ବିଭିନ୍ନ ନୂତନ ଅନୁଦାନ ପରିସରଭୁକ୍ତ କର୍ମଚାରୀଙ୍କ ପାଇଁ ସେବା ସମୟରେ ମୃତୁ୍ୟବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ରାଶି ଯଥାକ୍ରମେ ୨ରୁ ୫ଲକ୍ଷକୁ ଏବଂ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତିା
ଏହା ମଧ୍ୟରେ କ୍ୟାବିନେଟ୍ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକଗ୍ରାଣ୍ଟ୍ କର୍ମଚାରୀଙ୍କୁ ୬୦ ବର୍ଷ ବୟସରେ ସେବାନିବୃତ୍ତି ପରେ ଏକକାଳୀନ ରାଶି ଭାବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଯଥାକ୍ରମେ ୦୬ ଲକ୍ଷ ଓ ୦୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛିା
ବିଦ୍ୟାଳୟର ରୂପରେଖ ସହିତ ବଦଳିଛି ଶିକ୍ଷାର ପରିଭାଷାା ଶିକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ଆସିଛିା ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଇଛିା ଶିକ୍ଷାପରିବେଶ ସହିତ ଶିକ୍ଷାର ମାନବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନିଆଯାଉଛିା ଶିକ୍ଷାର୍ଥୀ କ୍ଲବ ଛାତ୍ରଛାତ୍ରୀଙ୍କ ସ୍ୱପ୍ନରେ ଡେଣା ଯୋଡିଛିା ହାଉସ୍ୟୁନିଫର୍ମ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ଭରିଛିା