ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ବହୁଦିନ ର ଦାବି ତଥା ମାନ୍ୟବର ହାଇକୋର୍ଟଙ୍କ ଆଦେଶ ମୁତାବକ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌରପାଳିକା ନହେବା ପ୍ରତିବାଦ ରେ ଆଜି ୧୨ ମାର୍ଚ୍ଚ ମଙ୍ଗଳବାର ଦିନ ଭଞ୍ଜନଗର ନାଗରିକ କମିଟି ଦ୍ଵାରା ବନ୍ଦ୍ ଡାକରା ଦିଆଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପରେ ସଂଗେ ସଂଗେ ସ୍ଥଗିତ ରଖାଗଲା
ଭଞ୍ଜନଗର କୁ ମୁନିସିପାଳିଟି ଦାବିରେ ଗତ କିଛିଦିନ ହେଲା ଭଞ୍ଜନଗର ନାଗରିକ କମିଟି ଓ ଅନ୍ୟ ୩୦ ଗୋଟି ସଂଗଠନ ର ମିଳିତ ଆବାହନ ରେ ୧୨ ମାର୍ଚ୍ଚ ମଙ୍ଗଳବାର ଦିନ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଗତ ରାତି ୧୧ ତାରିଖ ସୋମବାର ରାତ୍ର ୧୧ ଟା ସମୟରେ ଭଞ୍ଜନଗର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପ୍ରତିନିଧି ଭାବେ ଭଞ୍ଜନଗର ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର ଓ ବ୍ଲକ ବିଜେଡି ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରଧାନ ନାଗରିକ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ ଓ କହିଥିଲେ ଯେ ,ମନ୍ତ୍ରୀ କହିଛନ୍ତି ଦୁଇ ଦିନ ମଧ୍ୟରେ ଭଞ୍ଜନଗର କୁ ମ୍ୟୁନିସିପାଲିଟି ଘୋଷଣା କରାଯିବ ତେଣୁ ବନ୍ଦ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥଲେ। ଆଜି ୧୨ ତାରିଖ ମଗଂଳ ବାର ସକାଳେ ବନ୍ଦ୍ କୁ ସମର୍ଥନ ଜଣାଇବା ଶହ ଶହ ଜନସାଧାରଣ ସ୍ୱତଃ ପୃତ ଭାବେ ଦୋକାନ ବଜାର ଓ ଗାଡ଼ି ମଟର ବନ୍ଦ ରଖିଛନ୍ତି। କିନ୍ତୁ ଆଜି ମନ୍ତ୍ରୀଙ୍କ ପ୍ରତିନିଧି ମାନେ ଏକ ପ୍ରେସ ବିବୃତି ରେ ମନ୍ତ୍ରୀଙ୍କ ଦୁଇ ଦିନ ମଧ୍ୟରେ ମ୍ୟୁନିସିପାଲିଟି ଘୋଷଣା କରୁଥିବା ସୂଚନା ଦେବାପରେ ମନ୍ତ୍ରୀ ଙ୍କ ପ୍ରତିଶୃତି କୁ ସମ୍ମାନ ଜଣାଇ ଭଞ୍ଜନଗର ବନ୍ଦ୍ କୁ ଦୁଇ ଦିନ ପାଇଁ ସ୍ଥଗିତ ରଖା ଯାଇଛି।
ଆଜିର ଏହି ବନ୍ଦ କାର୍ଯ୍ୟକ୍ରମ କୁ ନାଗରିକ କମିଟି ସଭାପତି ଅଭିମନ୍ୟୁ ଗୌଡ଼, ରବି ନାରାୟଣ ଦାସ, ମୂରଲୀଧର ପଣ୍ଡା, ଚେଲପତି ରାଓ,ବାବୁଲା ପଟ୍ଟନାୟକ, ରମେଶ ବେହେରା, ଦେବୀ ବିଷୋୟୀ,ନୃସିଂହ ସାହୁ, ନାଚିକେତ ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର ପ୍ରମୁଖ ଯୋଗଦେବା ସହ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ମ୍ୟୁନିସିପାଲିଟି ଘୋଷଣା ନ ହୁଏ ତାହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ମତପ୍ରକାଶ କରିଥିଲେ