ଡାବୁଗାଁ ବାପୁଜୀ ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବାପୁଜୀ ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ପବ୍ଲିକ ସ୍କୁଲ ର ଏମ ଡି ଆମାନୁଲ୍ଲା ଖାନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ଷ୍ଟେଟ ବ୍ୟାଙ୍କ ବିଏମ ନୀତିଶ କୁମାର ସ୍ବାଇଁ,ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ତଥା କନିଷ୍ଠ ଯନ୍ତ୍ରୀ ରାଜା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ସ୍କୁଲ ର ଅଧ୍ୟକ୍ଷା ସାବନା ଆଜମି ବାର୍ଷିକ ବିବରଣୀ ପାଠ କରିବା ସହ ବିଭିନ୍ନ ସୈଖିକ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ। ଠିକ୍ ୧୨ ବର୍ଷ ପୂର୍ବେ ସ୍ବର୍ଗତ ପ୍ରଭୁଦାନ ଭତରା ଙ୍କ ପ୍ରଚେଷ୍ଟା ରେ ବାପୁଜୀ ପବ୍ଲିକ ସ୍କୁଲ ୩ ଶିକ୍ଷକ ଓ ୧୫ ଟି ପିଲାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବେଳେ ବର୍ତମାନ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଥିରେ ଅଧ୍ୟୟନ କରୁଥିବା କହିଥିଲେ।ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଛାତ୍ରଛାତ୍ରୀ ପାଠପଢା ସହ ଅନ୍ୟାନ୍ୟ ସାଂସ୍କୃତିକ ଖେଳକୁଦ ତଥା ଅନ୍ତର୍ନିହିତ ଗୁଣାବଳି ପରିପ୍ରକାଶ କରିବାକୁ ସମସ୍ତେ ପ୍ରୟାସ କରିବାକୁ କହିଥିଲେ। ସମ୍ମାନିତ ଅତିଥି ଷ୍ଟେଟ ବ୍ୟାଙ୍କ ବିଏମ ନୀତିଶ ସ୍ବାଇଁ ଛାତ୍ରଛାତ୍ରୀ ଶୈଖିକ ଓ ବୌଦ୍ଧିକ ବିକାଶ ପାଇଁ ଅଭିଭାବକ ,ଶିକ୍ଷକ ଓ ଛାତ୍ରଛାତ୍ରୀ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ ବୋଲି କହିଥିଲେ। ଏହି ବିଦ୍ୟାଳୟ ର ପିଲା ମାନେ ସଂସ୍କାରି ହେବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ସିଲ୍ଡ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହାପରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବାପୁଜୀ ପବ୍ଲିକ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।

Leave A Reply

Your email address will not be published.