ସାରସକଣା :: (ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଥାନା ପରିସରରେ ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସୂଚନା ମୁତାବକ ନୂତନ ଭାବେ ଝାରପୋଖରିଆ ଥାନା କୁ ଆସିଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ଅହେତୁକ ପ୍ରଚେଷ୍ଟା କ୍ରମେ ଥାନା ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ ଥାନା ପରିସର ମଧ୍ୟରେ ଜଗତର ତିନି ଠାକୁର ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଙ୍କ ପ୍ରତିମା ସ୍ଥାପନ କରି ଶ୍ରୀ ଶ୍ରୀ ତ୍ରିନାଥ ଙ୍କ ନୂତନ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ଘିଆଯୋଡ଼ି ସ୍ଥିତ ଲୋକନାଥ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ସଙ୍କୀର୍ତ୍ତନ ନାମ କରିବା ସହିତ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା ବିଧି ମତରେ ପୂର୍ବ ଦିନ ଅଧିବାସ , ପଞ୍ଚ ଗବ୍ୟ, ଧେନୁଦାନ, କାୟା ଶୁଦ୍ଧି, କାରୁଶାଳାଦି କର୍ମ,ଦେବତା ଧ୍ୟାନାଧି ବାସ,ଶ୍ରୀ ବିଗ୍ରହ ଗନ୍ଧାଧି ବାସ ଏବଂ ହରିଦ୍ରାଧୀ ବାସ ପୂଜା କରି ଥିଲେ । ସେହିପରି ତା ପର ଦିନ ପ୍ରଥମେ ଝାରପୋଖରୀଆ ପୁଷ୍କରିଣୀ ରୁ ଘଟ ଉତ୍ତୋଳନ କରିବା ପରେ ଖୋଳ କୀର୍ତ୍ତନ ସହିତ ଆସି ମନ୍ଦିର ସମ୍ମୁଖରେ ଘଟ ସ୍ଥାପନ କରିବା ପରେ ଯଜ୍ଞ ପଞ୍ଚକର୍ମ ପୁଜା କରିବା ସହିତ ଶାଳା ପ୍ରବେଶ, ବାସ୍ତୁ ମଣ୍ଡଳ ପୂଜନ, ଷୋଡ଼ଷ ସ୍ତମ୍ଭ ପୂଜା, ପଞ୍ଚ କଳସ ପୂଜା, ଯଜ୍ଞସ୍ଵ ଚତଃପାର୍ଶ୍ୱସ୍ଥ ଚତୁଃ କଳସ ପୂଜନ, ଅଗ୍ନି ସ୍ଥାପନ, ବାସ୍ତୁ ହୋମ,ମଣ୍ଡଳସ୍ଥ ଦେବତା ପୂଜା,ଶ୍ରୀ ବିଗ୍ରହ ସ୍ନାନ ତଥା ମନ୍ଦିର ନ୍ୟାସ,ଶ୍ରୀ ଚକ୍ର କଳସ ସ୍ଥପାନ କରି ଦେବତା ଙ୍କୁ ଦେଉଳ ପ୍ରବେଶ କରାଇବା ପରେ ନାରାୟଣ ପୁଜା ଅର୍ଚ୍ଚନା , ତ୍ରିଦେବସ୍ୟ ନ୍ୟାସ, ଷୋଡ଼ଷ ପୂଜା, ଧ୍ଵଜା ଓ ଯୁପ ରୁପଣ କରିବା ସହିତ ମନ୍ଦିର ଉତ୍ସର୍ଗ ଏବଂ ଯଜ୍ଞ ମଣ୍ଡପ ଉତ୍ସର୍ଗ କରିଥିଲେ। ପରିଶେଷରେ ଆସିଥିବା ଅତିଥି ମାନଙ୍କୁ ଝାରପୋଖରିଆ ଥାନା ତରଫରୁ ପ୍ରଥମେ ମହାପ୍ରଭୁଙ୍କ ପ୍ରସାଦ ଓ ପରେ ଖେଚୁଡ଼ି ଭୋଗ ବଣ୍ଟନ କରଯାଇଥିଲା । ତେବେ ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିର କୁ ସ୍ଥାନୀୟ ସାରସକଣା ବ୍ଲକ , ବୋର୍ଡ଼ର ସାମ୍ବାଦିକ ସଂଘ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଏକ ଡ୍ରମ, ଘଣ୍ଟି ଓ ଶଙ୍ଖ ମିଶ୍ରିତ ବାଦ୍ୟ ଯନ୍ତ୍ର ମୁକ୍ତ ହସ୍ତରେ ଦାନ କରିଥିଲେ । ଥାନା ପରିସର ମଧ୍ୟରେ ଏକ ନୂତନ ମନ୍ଦିର ନିର୍ମାଣ ହୋଇଥିବା କୁ ନେଇ ଆସିଥିବା ଅତିଥି , ବୁଦ୍ଧିଜୀବୀ , ସମାଜସେବୀ ଏବଂ ଅଞ୍ଚଳବାସୀ ମାନେ ପ୍ରଶଂସା କରାଯାଇଛି । ଶ୍ରୀ ପ୍ରଧାନ ଙ୍କୁ ସାରସକଣ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.