ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ସମ୍ବିଧାନର ଜନଜ ଡଃ. ବି. ଆର. ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ଉନ୍ମୋଚିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ଭାରତୀୟ ସମ୍ବିଧାନର ଜନକ ଡଃ. ବି. ଆର. ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଡଃ.ବି.ଆର.ଆମ୍ବେଦକରଙ୍କ ପୂର୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ଏକ ବିଶାଳ ଜନସମାଗମ ମଧ୍ୟରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ସାଧାରଣ ସଭାରେ ଯୋଗଦାନ କରି ପ୍ରକାଶ କରିଥିଲେ କି ବାବା ସାହେବ ଡଃ.ବି.ଆର.ଆମ୍ବେଦକର ଭାରତର
ପ୍ରତ୍ୟେକ ଜନସାଧାରଣଙ୍କୁ ନିଜର ଅଧିକାର ସାବ୍ୟସ୍ତ କରାଇଥିଲେ ଏବଂ ରାଷ୍ଟ୍ର ପ୍ରତି ତାଙ୍କର ଅନବଦ୍ୟ ଅତୁଳନୀୟ ଅବଦାନ ପାଇଁ ଆମେ ସମସ୍ତେ ମାହାଙ୍ଗା ନିର୍ବାଚନ ମଣ୍ଡଳ ଅଞ୍ଚଳବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଅଛୁ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା,ସତ୍ୟନାରାୟଣ ମହାନ୍ତି,ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା,ପ୍ରାକ୍ତନ ଅଧକ୍ଷ ଗିରିଶରଂଜନ ମହାପାତ୍ର,ବଜାର ବ୍ୟବସାୟୀ ସଂଘ ସଭାପତି ପ୍ରମୋଦ କୁମାର ପଣ୍ଡା, ସମ୍ପାଦକ ଜୀବନାନନ୍ଦ ଦାଶ, ଜିଲ୍ଲାପରିଷଦ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ପଣ୍ଡା,ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ,ସମାଜସେବୀ ଜ୍ୟୋତିପ୍ରକାଶ ସାଇଁ, ବ୍ରଜମୋହନ ପଣ୍ଡା, ଯୁବନେତା ମନୋଜ ସେଠୀ, ପ୍ରମୋଦ ସାଇଁ,ଛାତ୍ର ବିଜେଡ଼ି ସଭାପତି ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ବହୁ ବରିଷ୍ଟ ନାଗରିକ, ଜନସାଧାରଣ ଓ ବହୁ ବିଜେଡ଼ି କର୍ମୀମାନେ ଯୋଗଦାନ କରିଥିଲେ ।