ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ଓ ପୀଠର ଉନ୍ନତିକରଣ କାଯ୍ୟର ଶିଳାନ୍ୟାସ l

0 1

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଠାରେ ଥିବା ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ଗାଦି ଓ ପୀଠର ଉନ୍ନତିକରଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୨୪କୋଟି ୯୭ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉକ୍ତ କାର୍ଯ୍ୟର ଆରମ୍ଭ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ପୀଠର ଉନ୍ନତିକରଣ ହେବା ପରେ ଏହାକୁ ଓଡ଼ିଶା ପର୍ଯ୍ୟଟନର ଏକ ପ୍ରମୁଖ ପୀଠ ସ୍ଥଳୀ ହେବ ବୋଲି ସେ ପ୍ରକାଶ କରିଥିଲେ ‌। ଯେଉଁ ଅନୁଦାନ ପୀଠର ଉନ୍ନତିକରଣ ନିମନ୍ତେ ଯୋଗାଇ ଦିଆଯାଇଛି ଏହା କିପରି ସଦୁପଯୋଗ ହୋଇପାରିବ ସେ ନେଇ ସ୍ଥାନୀୟ ଅଞ୍ଚଳ ଲୋକମାନେ ତୀକ୍ଷଣ ନଜର ରଖିବା ପାଇଁ ଆମ ଓଡ଼ିଶା ନ‌ବୀନ ଓଡ଼ିଶାର ଅଧକ୍ଷ ଭି.କେ ପାଣ୍ଡିଆନ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ପୌରହିତ୍ୟରେ ମୁଖ୍ୟମନ୍ତ୍ରୀଙ୍କ ର ଏହି ଆଭାସୀ ଶିଳାନ୍ୟାସ କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଅଚ୍ୟୁତ ପ୍ରେମୀ ଭକ୍ତମାନେ ଯୋଗ ଦେଇ ହରିବୋଲ ହୁଳହୁଳି ଧ୍ଵନିରେ ପୀଠକୁ ପ୍ରକମ୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ପୀଠର ଉନ୍ନତିକରଣ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲାପାଳ ଭିନିତ୍ ଭରଦ୍ବାଜ, ଉପଜିଲ୍ଲାପାଳ କମଳଜିତ୍ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେର୍ଶକ ସୁବାଷ ଚନ୍ଦ୍ର ରାୟ, ତହସିଲଦାର ଅମିତା ନାୟକ,ବିଡ଼ିଓ ବିରଞ୍ଚିନାରାୟଣ ବେହେରା, ଯୁବନେତା ନୃସିଂହଚରଣ ମୁଦୁଲି, ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ ଭୋଇ, ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ,ବିଜେଡ଼ି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସାଇଁ, ସରପଞ୍ଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା,ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ସରପଞ୍ଚ ସାଧୀନ ଭୂୟାଁ, ସରୋଜ ବେହେରା, ଶାରଦା ମହାନ୍ତି, ଚିନ୍ମୟୀ ବେହେରା,ପୂର୍ବତନ ସରପଞ୍ଚ ଦିଲ୍ଲୀପ ବିଶ୍ଵାଳ, ସମିତିସଭ୍ୟ କିଶୋର ସାହାଣୀ, ନାରୀନେତ୍ରୀ ନନ୍ଦିନୀ ନାୟକଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ, ଟ୍ରଷ୍ଟ ବୋର୍ଡ଼ର ସମସ୍ତ ସଦସ୍ୟ ଏବଂ ମହାପୁରୁଷଙ୍କ ସମସ୍ତ ପୂଜକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.