ସଂସ୍କୃତି ପ୍ରେମୀ ନିରଞ୍ଜନ ବେହୁରା ଙ୍କ ବିୟୋଗରେ ଗଭୀର ଶୋକ l

0 1

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟରପଡ଼ା ଗ୍ରାମ ପଞ୍ଚାୟତ ଗୌଡ଼ବିଶ ଗ୍ରାମର ମୁରବୀ ତଥା ଆଖପାଖ ପାଞ୍ଚ ଖଣ୍ଡି ପଞ୍ଚାୟତରେ ଜଣାଶୁଣା ସହୃଦୟ ବ୍ୟକ୍ତି, ସଂସ୍କୃତି ପ୍ରେମୀ ତଥା ସଂସ୍କାରଧର୍ମୀ ବ୍ୟକ୍ତିତ୍ବ ଏବଂ ଓଡ଼ିଶା କାଜୁ ନିଗମର ପୂର୍ବତନ ପ୍ରବନ୍ଧକ ନିରଞ୍ଜନ ବେହୁରା (୬୮)ଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ସ୍ଵପ୍ନେଶ୍ଵର ଶ୍ମଶାନରେ ତାଙ୍କର ଜ୍ୟେଷ୍ଠ ପୁତ୍ର ସମୀର କୁମାର ବେହୁରା ମୁଖାଗ୍ନି ଦେଇଥିଲାବେଳେ କନିଷ୍ଠ ପୁତ୍ର ଦେବାଶିଷ ବେହୁରା ଉପସ୍ଥିତ ରହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ର, ଇତିଶ୍ରୀ ନାୟକ,ମୁରବୀ ଫକୀରଚରଣ ନାୟକ, ସରପଞ୍ଚ ରାକେଶ କୁମାର ସାମଲ,ଏକାନ୍ତ ସହଯୋଗୀ ନିରଞ୍ଜନ ସାଇଁ, ନଗେନ୍ଦ୍ରନାଥ ସାଇଁ, ଜିତେନ୍ଦ୍ର ସାଇଁ, ଯୁବନେତା କୈଳାସ ସାଇଁ, ତ୍ରିଲୋଚନ ଜେନା, ଜଗବନ୍ଧୁ ବେହେରା, ପିତାମ୍ବର ମହାନ୍ତି , ପ୍ରମୋଦ ବେହୁରା,ଗୋବିନ୍ଦ ଚନ୍ଦ୍ର ରାଉତ, ନିମାଇଁଚରଣ ସ୍ୱାଇଁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.