ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସକାଳ ଏଗାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନଏସିରୁ ଆସିଥିବା 64 ଜଣ ନିଜର ଅଭିଯୋଗ ପତ୍ର ଦାଖଲ କରିଛନ୍ତି I ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀ ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀମାନଙ୍କ ସହିତ ଏହି ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହିତ ସମାସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର କଳାକୃଷ୍ଣ ପ୍ରଧାନ,ଏଡିଏମ୍ ଗ୍ରିଭାନ୍ସ ପ୍ରମୁଖ ମଞ୍ଚାସୀନ ଥିଲେ I ସେହିପରି ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନୀରିକ୍ଷକ ସୁବ୍ରତ କୁମାର ଚୌଧୂରୀ,ବ୍ଳକ୍ ଭେଟନାରୀ ଅଫିସର୍ ଡାକ୍ତର କାର୍ତ୍ତିକେଶ୍ୱର ସାହୁ,ସହକାରୀ କୃଷି ଅଧିକାରୀ ଶୈଳସୂତା ସାହୁ, ଉଦ୍ୟାନ ବିଭାଗ ଅଧିକାରୀ ଅଙ୍କିତା ମିଶ୍ର, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ, ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଆରଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ମହାପାତ୍ର,ମୃତ୍ତିକା ସଂରକ୍ଷଣ ଅଧିକାରୀ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଗତ 2018 ତିତିଲ ସମୟରେ କାଳିଆମ୍ବା ନାଳରେ ବନ୍ୟାଜଳ ଆସି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର 400 ମିଟର ପାଚେରୀ କାନ୍ଥ ଭାଙ୍ଗିଯାଇଥିଲା I ଫଳରେ ବିଭିନ୍ନ ବୁଲା ଜନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶି ଏହାର ପରିବେଶକୁ ନଷ୍ଟ କରୁଛନ୍ତି I ତେଣୁ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ଗୋବରାର ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର ଦୃଷ୍ଟି ଆକର୍ଷଣ କରିଥିଲେ I ସେହିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋବରା ଏବଂ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋର୍ ୱେଲ୍ ଖେଳାଯାଇଥିଲେ ମଧ୍ୟ ଏଥିରେ ପମ୍ପ୍ କିମ୍ବା ଟାଙ୍କିର ବ୍ୟବହାର କରାନଯିବା ଯୋଗୁଁ ଏହା ଲୋକଙ୍କ ସେବାରେ ନଆସି ଧୀରେ ଧୀରେ ପୋତି ହେବାକୁ ବସିଥିବାରୁ ଶାସନ ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ ଏହାର ତୁରନ୍ତ ମରାମତି ପାଇଁ ଦାବି କରିଥିଲେ I ବେଲଗୁଣ୍ଠାର ଯୁବ ସ୍ଵେଚ୍ଛାସେବୀ ତୋଫାନ କୁମାର ସାହୁ ବେଲଗୁଣ୍ଠା ଛଅ ନମ୍ବର୍ ୱାର୍ଡ୍ ତଥା ସୁତୁମୁସର ରୋଡ଼୍ ବାସୀନ୍ଦା ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ନିୟମିତ ପାନୀୟ ଜଳ ପାଇ ପାରୁନଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ସ୍ଥାନୀୟ ଜଳ ସଙ୍କଟ ସମାଧାନ ପାଇଁ ଦାବି କରିଥିଲେ I ଏହା ସହ ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ବଡ଼ ବୋର୍ସିଂଗ୍ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ, ନେଟେଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ପ୍ରମୁଖ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ବ୍ଳକ୍ କର୍ମଚାରୀମାନେ ଲୋକଙ୍କ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.