ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ କାର୍ଯ୍ୟାଳୟ ଠାରେ ବରଗଡ ଜିଲ୍ଲାପାଳ ପୁୟୁସ ଗୋୟଲ ଓ ଏସ.ପି ପ୍ରହଲ୍ଲାଦ ସହାୟ ମିନା ଆଜି ଜନ ସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ମୋଟରେ ୫୩ଟି ବ୍ୟକ୍ତିଗତ.ଓ ୧୨ଟି ଗୋଷ୍ଠିଗତ ମୋଟରେ ୬୫ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ଏ ମଧ୍ୟରେ ୬ଟି ଗ୍ରାମ ପଂଚାୟତରେ MBK. CRP ଆଦି ଗଠନ କରା ଯାଉନଥିବାର ଅଭିଯୋଗ ଆସିଥିଲା । ଏହା ସହିତ ଛିନ୍ଦରାପାଲି ଗ୍ରାମର ପୋଖରୀରେ ମାଛ ଠିକା ନେଇଥିବା ଠିକାଦାର ପୋଖରୀରେ କୁକୁଡା ମଳ ସମେତ ବିଭିନ୍ନ ପ୍ରକା୍ର ରାସାୟନିକ ସାମଗ୍ରୀ ପକାଇବାରୁ ଲୋକେ ରୋଗାକ୍ରାନ୍ତ ହେଉଥିବାରୁ ମାଛ ଠିକା ବାତିଲ କରାଯିବା ନେଇ ଅଭିଯୋଗ ହୋଇଥିଲା । ଗୌରେନ ମୁଣ୍ଡାର TCBର ପେମେଣ୍ଟ ସଂକ୍ରାନ୍ତରେ . ଫସଳବୀମା ମିଜୋରାମର କ୍ଷତିପୂରଣ . ମିଲେଟ ମିଶନର ଅଭିଯୋଗ , ମାତ୍ରାଧିକ ବିଦ୍ୟୁତ ବିଲ . ମାଣ୍ଡିଆ ପ୍ରଦାନରେ ଅନିୟମିତତା ସଂକ୍ରାନ୍ତରେ ଅଭିଯୋଗ ଆସିଥିଲା । ଜିଲ୍ଲାପାଳ ଗୋୟଲ ବହୁତ ସମସ୍ୟାର ଅନ ଦି ପ୍ସଟ ବିଭାଗିୟ ଅଧିକାରୀଙ୍କୁ ମାର୍କ କରି ସମାଧାନ ଲରିବାର ନିର୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post