ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

0 1

ପଦ୍ମପୁର :- ବରଗଡ ଜିଲ୍ଲା ଦିପ୍ତୀପୁର ଖ୍ରୀଷ୍ଟିୟ ଉଦଯୋଗ ସମିତି ଦ୍ବାରା ଆୟୋଜିତ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟିୟ ଉଦଯୋଗ ସମିତି ସମ୍ମିଳନୀ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି।ଏହି ଅବସରରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ଖ୍ରୀଷ୍ଟିୟ ଧର୍ମର ସଦସ୍ୟସଦସ୍ୟା ଯୋଗଦେଇଥିଲେ।ତିନିଦିନ ଧରି ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା।ସକାଳ ଅଧିବେଶନରେ ସ୍ଥାନୀୟ ଆଚାର୍ଯ୍ୟ ମରସି ସୌରଭ କୁମାର ଓ ସମ୍ବଲପୁର ଧର୍ମାଞ୍ଚଳର ସଂପାଦକ ସନ୍ଦୀପ କୁମାର ନାଗ ଅଧିବେଶନ ବାକ୍ୟ ପ୍ରଦାନ କରିଥିଲେ।ପ୍ରଥମ ଅଧିବେଶନର ବକ୍ତା ଭାବରେ ଯୁବ ସ୍ଥାନୀୟ ପ୍ରଚାରକ ବ୍ରଦର ମାଇକେଲ ନାଗ ଯୁବ ମାନଙ୍କର ଆତ୍ମିକ ପରିବର୍ତ୍ତନ ସମ୍ପଦିୟ ବାକ୍ୟ ପରିବେଷଣ କରି ପ୍ରତ୍ୟେକଙ୍କ ହୃଦୟକୁ ଦୋହରାଇ ଦେଇଥିଲେ।ଉଦଯାପନୀ ସମାରୋହ ଅନୁଷ୍ଠିତ ସଭାରେ ସ୍ଥାନୀୟ ଉଦଯୋଗ ସମିତିର ସଭାପତି ହିରନ କପୁର ନାଗଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଧର୍ମାଞ୍ଚଳର ସଂପାଦକ ସନ୍ଦୀପ କୁମାର ନାଗ ଯୋଗଦେଇଥିବା ବେଲେ ସମ୍ମାନିତ ତ ଅତିଥି ଭାବେ ସ୍ଥାନୀୟ ଆଚାର୍ଯ୍ୟ ମର୍ସି ସୌରଭ କୁମାର,ଉଦଯୋଗ ସମିତିର ଆବାହକ ଜିତେନ୍ଦ୍ରିୟ ଦୀପ,ଶିଶିର ରଞ୍ଜନ ପାଣିଗ୍ରାହୀ, ପାଶ୍ଚାତ୍ୟ ଉତ୍କଳ ସଂପାଦକ ସୋମ୍ୟ ରଞ୍ଜନ ବାଗ ପ୍ରମୁଖ ଯୋଗଦେଇଥିଲେ।ଉଦଯାପନୀ ସମାରୋହର ମୁଖ୍ୟବକ୍ତା ଭାବେ ବ୍ରହ୍ମପୁରରୁ ଆସିଥିବା ଆଚାର୍ଯ୍ୟ ସ୍ତିଫେନ ଲିମା ବାକ୍ୟ ପରିବେଷଣ କରିଥିଲେ।ଉଦଯାପନୀ ସମାରୋହରେ ଉଦଯୋଗ ସମିତିର ପୂର୍ବତନ ଓ ନୂତନ କର୍ମକତ୍ତା ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ଭାଇଭଉଣୀ ମାନଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲେ ଏଥିରେ କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ସହ ଟ୍ରଫି ପୁରସ୍କୃତ କରାଯାଇଥିଲା।ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଧନରାଜ ବାରିକଙ୍କ ଲିଖିତ ରବିନ୍ଦ୍ର ପାନ୍ନାଙ୍କ ସଂଯୋଜନାରେ ଭାଇଭଉଣୀ ମାନଙ୍କ ଦ୍ବାରା ଗୀତିଗୁଛ୍ଛ ପରିବେଷଣ କରାଯାଇଥିଲା।ଅନୁଷ୍ଠାନ ଉପାଧ୍ୟକ୍ଷ ଯଶୋବନ୍ତ ନାଗ ସଭା ଶେଷରେ ଧନ୍ୟବାଦ ଦେଇଥିଲେ।
ଦିପ୍ତିପୁର ଖ୍ରୀଷ୍ଟିୟନ ଯୁବସମାଜ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.